କୋଭିଡ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଆସନ୍ତା କାଲିଠୁ ପୁଣେରେ ନାଇଟ କର୍ଫ୍ୟୁ

ପୁଣେ : ପୁଣି ଫେରିଲା ନାଇଟ କର୍ଫ୍ୟୁ । କୋଭିଡ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ପୁଣେରେ ଆସନ୍ତାକାଲି ପୁଣେରେ ରାତି ୧୧ ଟାରୁ ସକାଳ ୬ ଟା ପର୍ୟ୍ୟନ୍ତ ରାତ୍ରୀ କାଳୀନ କର୍ଫ୍ୟୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସମୟରେ ଜରୁରି ସେବାକୁ ବାଦ ଦେଇ ଅନ୍ୟ ସମସ୍ତ ସେବା ବନ୍ଦ ରହିବ ତା ସହ ଫେବୁଆର ୨୮ ଯାଏ ସ୍କୁଲ ଓ କଲେଜ ବନ୍ଦ ରହିବ । ସେପଟେ ଦେଶର ମୋଟ କରୋନା ସକ୍ରିୟ ସଂକ୍ରମିତଙ୍କ ମଧ୍ୟରୁ କେବଳ କେରଳ ଓ ମହାରାଷ୍ଟ୍ରର ୭୪ ପ୍ରତିଶତ ରହିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଛତିଶଗଡ ଓ ମଧ୍ୟପ୍ରଦେଶରେ ମଧ୍ୟ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପଂଜାବ ସହ ଜାମ୍ମୁକାଶ୍ମୀରରେ ମଧ୍ୟ ପଜିଟିଭ ମାମଲା ଅଚାନକ ବଢିବାରେ ଲାଗିଛି । ଏପଟେ ଗତ ୨୪ ଘଂଟାରେ ରେକର୍ଡ ସଂଖ୍ୟକ ୧୪ ହଜାର ୨୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.