ls

ନିଆଁ ଲାଗି ୧୨ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସାମାଗ୍ରୀ

sb

ଯାଜପୁର : ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କା ସହ ୧୨ ବଘରା ଘର । ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଳା ପରୀ ବ୍ଲକ ବାଇସାରିୟା ପଚଂୟତ ହରିସ୍ତାଲ ଗ୍ରାମରେ ଗତକାଲିି ବିଲମ୍ବିତ ରାତିରେ ନିଆଁ ଲାଗିଯାଇଥିଲା । କୌଣସି କାରଣରୁ ପ୍ରଥମେ ଗ୍ରାମର ଟିକନ ମଲିକଙ୍କ ଘରେ ନିଆଁ ଲାଗି ଯାଇଥିଲା । ପରେ ଆଉ ୩ ପରିବାରଙ୍କ ଘରକୁ ନିଆଁ ବ୍ୟାପି ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ୩ ପରିବାରଙ୍କ ୧୨ ବଖରା ଘରା ଜଳିଯିବା ସହ ବହୁ ଗୁଡାଏ ମୂଲ୍ୟବାନ କାଗଜ ପତ୍ର ସହ ଗହଣାଗାଣ୍ଠି ଜଳିପୁଡି ଛାରଖାର୍‌ ହୋଇଯାଇଛି । ଘଟଣା ସ୍ଥଳରେ ଦମକଳ ବାହିନୀ ପହଂଚି ନିଆଁ ଲିଭା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।

pc pk
Leave A Reply

Your email address will not be published.