ଅଚଳ ନଲକୂପ ମରାମତି ପାଇଁ ବିଡିଓଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଠେମରା ଗ୍ରାମରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ବିଡିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ । ଠେମରା ଏବଂ ଜାମତରା ଗ୍ରାମକୁ ନିକଟସ୍ଥ ଟଙ୍ଗଜୋରରୁ ପାନୀୟ ଜଳ ଯୋଗାଣ କରାଯାଉଥିବା ବେଳେ ଏକମାସ ପାନୀୟ ଜଳ ଯୋଗାଣ ପ୍ରକଲ୍ପ ଅଚଳ ହୋଇପଡିଛି । ଠେମରା ଗ୍ରାମର ମାଝୀପଡା ଏବଂ ସାହୁପଡାରେ ୨ ନଳକୂପ ଅଚଳ ହୋଇଯାଇଥିବା ସହ ଗୋଟିଏ ନଲକୂପରେ ପାଣି ଠିକ ଭାବେ ବାହାରୁ ନାହିଁ ।ଯଦ୍ୱାରା ଲୋକେ ପାନୀୟ ଜଳ ପାଇଁ ହାହାକାର ହେଉଛନ୍ତି । ପାନୀୟ ଜଳ ସମସ୍ୟା ସମ୍ପର୍କରେ ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିପୁନାଥ ସୁନାଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ତୁରନ୍ତ ନଲକୂପ ମରାମତି ଏବଂ ପାନୀୟ ଜଳ ଯୋଗାଣ ସ୍ୱାଭାବିକ କରିବା ପାଇଁ ଦାବୀ ହେଉଛି । ଠେମରା ଗ୍ରାମର ନଳକୂପ ତୁରନ୍ତ ମରାମତି କରିବା ପାଇଁ କୁଲଦୀପ ମାଝୀ, ପ୍ରମୋଦ ମାଝୀ, ଶରତ କୁମାର ଛୁରା, ହରେକୃଷ୍ଣ ମାଝୀ, ନରସେ ମାଝୀ, କଲାବତୀ ମାଝୀ, ଖଗପତି ମାଝୀ, ଚିଣ୍ଟୁ ମାଝୀ ପ୍ରମୁଖ ଦାବୀ କରିଛନ୍ତି ।

Leave A Reply

Your email address will not be published.

error: Content is protected !!