oom

ପୋଲିସ ହାତରେ ଧରା ପଡ଼ିଲେ ନକଲି ଆୟକର ବିଭାଗ ଅଧିକାରୀ

jsmm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆୟକର ବିଭାଗ ପକ୍ଷରୁ ଚଢାଉ ଚାଲିଥିବା ବେଳେ ଜଣେ ବଙ୍ଗାଳି ଯୁବକ ଟିଟିଲାଗଡ ଅଞ୍ଚଳକୁ ଆସି ନିଜକୁ ଆୟକର ବିଭାଗ ଅଧିକାରୀ ପରିଚୟ ଦେଇ ଟିଟିଲାଗଡର ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଗୋପବନ୍ଧୁ ସାହୁଙ୍କଠାରୁ ମୁ ଆୟକର ବିଭାଗ ଅଧିକାରୀ ମୋତେ ପଇସା ନ ଦେଲେ ତୁମକୁ ମଧ୍ୟ ଚଢାଉ କରିବି କହି ୧ଲକ୍ଷ ଟଙ୍କା ଠକି ନେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ଡ଼ାକ୍ତର ଶ୍ରୀ ସାହୁ ଟିଟିଲାଗଡ ପୋଲିସକୁ ଖବର ଦେବାରୁ ଟିଟିଲାଗଡ ପୋଲିସ ସଇଁତଲା ପୋଲିସକୁ ଖବର ଦେଇଥିଲା ଓ ସଇଁତଲା ଥାନା ଅଧିକାରୀ ଅବନୀ ସାହୁ ଏକ ଟିମ୍‌ ଗଠନ କରି ସଇଁତଲା ନବୀନ ଛକରେ ତାଙ୍କୁ କାବୁ କରିଥିଲେ । ପରେ ଟିଟିଲାଗଡ ପୋଲିସକୁ ହସ୍ତାନ୍ତର କରିଥିଲେ । ଟିଟିଲାଗଡ ଥାନାଧିକାରୀ ମନୋଜ ପ୍ରଧାନ ଟିଟିଲାଗଡ଼ ଥାନାକୁ ଆଣି ପଚରା ଉଚୁରା କରୁଥିବା ସୂଚନା ମିଳିଛି ।

jittmm
Leave A Reply

Your email address will not be published.