ଏକ ସ୍ଵତନ୍ତ୍ର ୱେବସାଇଟ୍ ଜରିଆରେ କୋଭିଡ୍ ହସ୍ପିଟାଲର ସମସ୍ତ ଅପଡେଟ୍ ତଥ୍ୟ ପ୍ରଦାନ ପାଇଁ ଏଆଇଏସ୍ଏଫ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି
ଭୁବନେଶ୍ୱର, (କେପିଏନ୍ଏସ୍) : ଭାରତର ଜାତୀୟ ସ୍ତରର ସର୍ବ ପ୍ରଥମ ଛାତ୍ର ସଂଗଠନ ଅଖିଳ ଭାରତ ଛାତ୍ର ସଂଘ (ଏଆଇଏସଏଫ) ଓଡିଶା ରାଜ୍ୟ କମିଟି ପକ୍ଷରୁ “ରେଡ୍ ଭଲେଣ୍ଟିଅର” ଗଠନ କରି କୋଭିଡ୍ -୧୯ର ଦ୍ଵିତୀୟ ଲହର ଓ ସମ୍ଭାବ୍ୟ ତୃତୀୟ ଲହରକୁ ଆଖି ଆଗରେ ରଖି ଏହି “ରେଡ ଭଲେଣ୍ଟିଅର” ରାଜ୍ୟସମନ୍ଵୟ ସହ ସମସ୍ତ ଜିଲ୍ଲାରେ ଗଠନ କରାଯାଇଛି । କୋଭିଡ୍ ଟେଷ୍ଟିଙ୍ଗ୍, କୋଭିଡ ସଂକ୍ରମିତଙ୍କ ଘରୋଇ ସଂଗରୋଧ, ସଂକ୍ରମିତଙ୍କ ଜଟିଳତା ଥିଲେ ଅବା ବଢିଲେ କେଉଁ କୋଭିଡ୍ ଡାକ୍ତରଖାନାରେ ବେଡ୍ ଅଥବା ଆସିୟୁ ଉପଲବ୍ଧ ଅଛି, ସମ୍ପୃକ୍ତ ଡାକ୍ତରଖାନାରେ ଚିକିତ୍ସା ଦାୟିତ୍ଵରେ ଥିବା ଡାକ୍ତରଙ୍କ ଯୋଗାଯୋଗ, ଅକ୍ସିମିଟର କେଉଁଠି ଉପଲବ୍ଧ, ଅକ୍ସିଜେନ ସିଲିଣ୍ଡର ଓ ରିଫିଲ କେଉଁଠି ଉପଲବ୍ଧ, କୋଭିଡ ସହ ଅନ୍ୟାନ୍ୟ ଜଟିଳତା ଥିବା ରୋଗୀଙ୍କ ସ୍ଵତନ୍ତ୍ର ଚିକିତ୍ସା, ଆମ୍ଵୁଲାନ୍ସ, ଆଇସିୟୁ ଆମ୍ଵୁଲାନ୍ସର ଉପଲବ୍ଧ ସମ୍ପର୍କୀୟ ତତ୍ୟ ପ୍ରତି ମୁହୂର୍ତ୍ତରେ ସମଗ୍ର ରାଜ୍ୟର ଜିଲ୍ଲାଓ୍ଵାରୀ ଅଡେଟ ତତ୍ୟ ସମ୍ଵଳିତ ଏକ ଓ୍ଵେବ ପୋର୍ଟାଲ ବା ଓ୍ଵେବସାଇଟ ରାଜ୍ୟ ସରକାରଙ୍କ ପକ୍ଷରୁ ଉନ୍ମୋଚନ କରିବା ସହ ଏଆଇଏସଏଫର ଏହି “ରେଡ୍ ଭଲେଣ୍ଟିଅର” ସମେତ ଅନ୍ୟାନ୍ୟ ସ୍ଵେଚ୍ଛାସେବୀ ସଂଗଠନମାନଙ୍କ ସୂଚନା ପ୍ରଦାନ ବ୍ୟବସ୍ଥା କରାଗଲେ ଅନେକ ଅସହାୟ ରୋଗୀଙ୍କ ଜୀବନ ରକ୍ଷା ସୁଗମ ହୋଇ ପାରିବ ବୋଲି ଉଲ୍ଲେଖ କରି ଏଆଇଏସଏଫ ରାଜ୍ୟ ସଭାପତି ସଂଘମିତ୍ରା ଜେନା ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଗତକାଲି ସନ୍ଧ୍ୟାରେ ଏକ ଚିଠିମାଧ୍ୟମରେ ନିବେଦନ କରିଛନ୍ତି । ଆଜି ଏଆଇଏସଏଫର “ରେଡ ଭଲେଣ୍ଟିଅର”ଙ୍କ ଏକ ଓ୍ଵେବିନାର ବେହଠକ ପରେ ଏହି ପତ୍ର ଓଡିଶାର ମୁଖ୍ୟ ଶାସନ ସଚିବ, ସ୍ଵତନ୍ତ୍ର ରିଲିଫ୍ କମିଶନର, ସ୍ଵାସ୍ଥ୍ୟମନ୍ତ୍ରୀ, ସ୍ଵାସ୍ଥ୍ୟ ସଚିବ, ଗୃହ ସଚିବ, ଡିଜିପି ଇତ୍ୟାଦିଙ୍କୁ ମଧ୍ୟ ଏଆଇଏସଏଫ ସଭାପତି ସଂଘମିତ୍ରା ଜେନା ଏହି ପତ୍ର ପ୍ରେରଣ କରିଛନ୍ତି ବୋଲି “ଏଆଇଏସଏଫ ରେଡ ଭଲେଣ୍ଟିଅର କମିଟି” ପକ୍ଷରୁ ସର୍ବସାଥୀ ଏମ୍ଏଲ୍ ଦେଶପ୍ରିୟ ପଣ୍ଡା, ବିବେକ କ୍ରିଷ୍ଣା, କାହ୍ନୁ ଚରଣ ପରିଡା, ରେହାନସ ଡାଙ୍ଗ୍ରୀ, ଦିନେଶ ରଞ୍ଜନ, ରାଜଶ୍ରୀ ପରିଡା, ଅଶ୍ଵିନୀ କୁମାର ମହାନ୍ତି, ଆର୍ଯ୍ୟାନ ଜୟଶ୍ଵାଲ, ଶୁଭ୍ରା ରାଣୀ ସାହୁ, ମାନସ ରଞ୍ଜନ ସ୍ଵାଇଁ, ବିକ୍ରମ କେଶରୀ ମହାନ୍ତିଙ୍କ ସମେତ ଏଆଇଏସଏଫ ରାଜ୍ୟ ସମ୍ପାଦକ ଜଗନ୍ନାଥ ପାତ୍ର ପ୍ରମୁଖ ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି । ଏହା ସହିତ କୋଭିଡ୍ ତୃତୀୟ ଲହରକୁ ଆଖିଆଗରେ ରଖି ସମଗ୍ର ଦେଶର ଶିଶୁଙ୍କଠାରୁ ଆରମ୍ଭକରି ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକୀୟ ବୈଜ୍ଞାନିକ ଗବେଷଣାପୁଷ୍ଟ ଟୀକା ସହ ସମଗ୍ର ଦେଶର ସାର୍ବ ଜନୀନ ଟୀକାକରଣ ପାଇଁ ଏହି ବେହଠକରେ ଦାବୀ କରାଯାଇଛି ।