
ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ସ୍ଥିତ କାଙ୍କରାଇପଡା ଓ ଗୁଣ୍ଠାୱାଡା ମୁଖ୍ୟ ରାସ୍ତାରେ ଜଣେ ଅଚିହ୍ନା ମହିଳାଙ୍କ ମୃତଶରୀର ପୁଲିସ ଉଦ୍ଧାର କରିଛି । ମୃତ ମହିଳାଙ୍କ କୌଣସି ପରିଚୟ ଜଣାପଡ଼ିନଥିବା ବେଳେ, ତାଙ୍କର ଗଳାକଟା ଯାଇ ହତ୍ୟା କରାଯାଇଥିବାର ସନ୍ଦେହ କରାଯାଉଛି । ସୂଚନା ଅନୁସାରେ ଶନିବାର ସକାଳେ ଜଣେ ଅଚିହ୍ନା ମହିଳାଙ୍କ ରକ୍ତାକ୍ତ ମୃତ ଶରୀର ରାସ୍ତାରେ ପଡିଥିବାର ଦେଖି ସ୍ଥାନୀୟ ଗ୍ରାମବାସୀ ଚିତ୍ରକୋଣ୍ଡା ଥାନାକୁ ଜଣାଇଥିଲେ । ଚିତ୍ରକୋଣ୍ଡା ଥାନା ଅଧିକାରୀ ଅନୀଲ କୁମାର ପରିଡା ପୁଲିସ ସଦଳବଳ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଶରୀର ଜବତ କରି ତଦନ୍ତ ଚଳାଇଛନ୍ତି ।