ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ପୋଡ଼ସିଂ ନାଳରୁ ଗଳିତ ଅବସ୍ଥାରେ ଏକ ଶବ ଉଦ୍ଧାର କରାଯାଇଛି । ମୃତକ ଜଣକ ପୋଡ଼ସିଂ ମୈଦାନ ଟୋଲିର ୩୧ବର୍ଷୀୟ ଏସରାନ ହେମ୍ବ୍ରମ ବୋଲି ଜଣାପଡିଛି । ଏସରାନ ଗତ ୨୩ ତାରିଖ ରାତିରୁ ଘରୁ ନିଖୋଜ ଥିଲେ । ଏ ନେଇ ପରିବାର ଲୋକେ ବହୁ ଖୋଜାଖୋଜି କରିବା ସହ ଥାନାରେ ଅଭିଯୋଗ କରିଥିଲେ । ମାତ୍ର ଆଜି ସକାଳୁ ଗାଁ ଲୋକେ ତାଙ୍କ ମୃତ ଶରୀରନାଳ ପାଣିରେ ଭାସୁଥିବା ଦେଖିବାକୁ ପାଇଁ ପରିବାର ଲୋକଙ୍କୁ ଖବର ଦେଇଥିଲେ । ରାଜଗାଙ୍ଗପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀରକୁ ଉଦ୍ଧାର କରି ଘଟଣାର ଅଧିକ ତଦନ୍ତ ଚଳାଇଛି । ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ ତଦନ୍ତ ପରେ ଜଣା ପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.