ସାପ କାମୁଡ଼ାରେ ଶିଶୁପୁତ୍ର ମୃତ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ବାରଟୁଣିଆ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଶିଶୁଟି ମାଆ ସହ ଶୋଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡିବାରୁ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଶିଶୁ ନରେଶ ଚନ୍ଦ୍ର ମୁଣ୍ଡାଙ୍କ ପୁଅ ଦିବ୍ୟ ରଞ୍ଜନ ମୁଣ୍ଡା ବୋଲି ଜଣାପଡିଛି । ଶିଶୁକୁ ସାପ କାମୁଡିବା ଜାଣିବା ପରେ ପରିବାର ଲୋକେ ଶିଶୁ ପୁତ୍ରକୁ ପାଟଣା ଡାକ୍ତରଖନାକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ଶିଶୁ ପୁତ୍ରକୁ ମୃତ ଘୋଷଣା କରିଥିଲେ । ଶିଶୁ ପୁତ୍ରର ମୃତ୍ୟୁ ଖବର ପାଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.