
ଛତିଶଗଡ଼ : ଛତିଶଗଡ଼ର କୱର୍ଧା ଅଞ୍ଚଳରେ ଏକ ପିକ୍ଅପ୍ ଗାଡି ଓଲଟି ପଡ଼ିବାରୁ ୧୭ ଜଣଙ୍କର ମୃତ୍ୟୁ ଘଟିଛି । ବୈଗା ଆଦିବାସୀ ସମ୍ପ୍ରଦାୟର ୨୫ରୁ ୩୦ ଜଣ ଲୋକ ପାରମ୍ପରିକ କେନ୍ଦୁପତ୍ର ସଂଗ୍ରହ କରିସାରି ଏକ ପିକ୍ଅପ୍ ଟ୍ରକ୍ରେ ନିଜ ନିଜର ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଗାଡ଼ିଟି ବାହପାଣି ଅଞ୍ଚଳ ନିକଟରେ ଏକ ୨୦ ଫୁଟ ଗଭୀର ଖାଇକୁ ଖସି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ଅଧିକ ଚିକିତ୍ସା ପାଇଁ ନିକଟସ୍ଥ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସମସ୍ତେ କୁଇର ବାସିନ୍ଦା ବୋଲି ଜଣାପଡିଛି ।