centurian jitm

ଅଜଣା ଗାଡି ଧକ୍କାରେ ପରିବା ବ୍ୟବସାୟୀ ମୃତ

nschool

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ହୁମ୍ମା ଫାଣ୍ଡି ଅନ୍ତର୍ଗତ ଦଶଟାଙ୍କି ନିକଟରେ କୌଣସି ଏକ ଅଜଣା ଗାଡି ଧକ୍କାରେ ଜୈନେକ ପରିବା ବ୍ୟବସାୟୀଙ୍କ ସୋମବାର ସକାଳେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ବ୍ୟବସାୟୀ ଜଣକ ହେଲେ ଛତ୍ରପୁର ବାଲିବଗଡ଼ ଗ୍ରାମର ଏ. ଲୋକନାଥ ରେଡି(୫୫) । ସୂଚନା ଅନୁସାରେ ଗଞ୍ଜାମ ବ୍ଲକର ବୁରୁଡି ଅଞ୍ଚଳରୁ ନିଜ ଏକ୍ସଲ ଗାଡ଼ିରେ ପରିବା ବୋଝେଇ କରି ବ୍ୟବସାୟୀ ଜଣକ ଛତ୍ରପୁର ଅଭିମୁଖେ ଆସୁଥିବା ବେଳ କୌଣସି ଏକ ଅଜଣା ଗାଡି ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା । ଗାଡି ଧକ୍କାରେ ସେ ରାସ୍ତା ଉପରେ ଛିଟିକି ପଡ଼ିଥିଲେ । ଉକ୍ତ ଗାଡିର ଚକା ତାଙ୍କର ହେଲମେଣ୍ଟ ଉପରେ ଚଢି ଚାଲି ଯାଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଘଟଣା ସ୍ଥଳରେ ହୁମ୍ମା ପୋଲିସ ପହଞ୍ଚି ମୃତକଙ୍କ ଶବ ବ୍ୟବଚ୍ଛେଦ କରିବା ପାଇଁ ଛତ୍ରପୁର ପଠାଇଥିଲା ଏବଂ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା ।

Leave A Reply

Your email address will not be published.