ବିଶ୍ଵ ଶାନ୍ତି ଦିବସରେ ବିଭିନ୍ନ ରାଷ୍ଟ୍ରରେ ଶାନ୍ତି ପ୍ରତିଷ୍ଠା ଓ ଜନଗଣଙ୍କୁ ମୌଳିକ ସୁବିଧା ଯୋଗାଇଦେବା ଦାବିରେ ବାମପନ୍ଥୀ ଶ୍ରମିକ ସଂଗଠନ ପକ୍ଷରୁ ମିଳିତ ଦାବି ଦିବସ ଓ ବିକ୍ଷୋଭ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ଵ ଶାନ୍ତି ଦିବସରେ ଦେଶର ସମସ୍ତ ବାମପନ୍ଥୀ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନମାନଙ୍କ ପକ୍ଷରୁ ଏହି ଦିବସକୁ ଆକ୍ସନ ଡେ. ଭାବରେ ଦେଶ ତମାମ ଶୋଭାଯାତ୍ରା, ବିକ୍ଷୋଭ ଓ ପଟୁଆର ମାଧ୍ୟମରେ ପାଳନ କରିବାକୁ ଡାକରା ଦିଆଯାଇଥିବା ବେଳେ ରାଉରକେଲା ସେକ୍ଟର ୨ ବିଜୁ ପଟ୍ଟନାୟକ ଛକ ଠାରେ ଅପରାହ୍ନରେ ସି.ଆଇ.ଟି.ୟୁ, ଏ.ଆଇ.ଟି.ୟୁ.ସି, ଏ.ଆଇ.ୟୁ.ଟି.ୟୁ.ସି ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ବିଶ୍ଵ ଶାନ୍ତିକାମୀ ଜନଗଣ ସାମ୍ରାଜ୍ୟବାଦୀ ଶକ୍ତି ଆମେରିକାରର ଯୁଦ୍ଧ ଖୋର ମନୋଭାବ ବିରୋଧରେ ଏକ ହେବାକୁ ଆହ୍ୱାନ କରାଯାଇଛି । ସି.ଆଇ.ଟି.ୟୁ ସୁନ୍ଦରଗଡ଼ ଜିଲ୍ଲା ଉପ ସଭାପତି ଶ୍ରୀମନ୍ତ ବେହେରାଙ୍କ ସଭାପତିରେ ଅନୁଷ୍ଠିତ ଏହି ବିକ୍ଷୋଭରେ ସି.ଆଇ.ଟି.ୟୁ ରାଜ୍ୟ ଉପସଭାପତି ଜାହାଙ୍ଗୀର ଅଲ୍ଲୀ, ରାଜ୍ୟ ସଂପାଦକ ବସନ୍ତ ନାୟକ, ଜିଲ୍ଲା ସଂପାଦକ ରାଜ କିଶୋର ପ୍ରଧାନ, ଏ.ଆଇ.ଟି.ୟୁ.ସି ଜିଲ୍ଲା ସଂପାଦକ ସଦାନନ୍ଦ ସାହୁ, ଏ.ଆଇ.ୟୁ.ଟି.ୟୁ.ସି ଜିଲ୍ଲା ସଂପାଦକ ଅଜିତ ନାୟକ ପ୍ରମୁଖ ଏହି ବିକ୍ଷୋଭରେ ବକ୍ତବ୍ୟ ରଖି ସମଗ୍ର ବିଶ୍ଵରେ ଆମେରିକା ତାର ଅର୍ଥନୀତିକୁ ଦୃଢ଼ କରିବା ପାଇଁ ଅନ୍ୟାନ୍ୟ ବିକଶିତ ରାଷ୍ଟ୍ରର ବଜାରକୁ କବଳିତ କରିବା ପାଇଁ ଓ ନିଜ ଦେଶର ଯୁଦ୍ଧାସ୍ତ୍ରକୁ ବିକ୍ରି କରିବା ପାଇଁ ଦେଶ ଦେଶ ମଧ୍ୟରେ ନାଟୋ ମେଣ୍ଟ ନେତୃତ୍ୱରେ ଯୁଦ୍ଧର ବାତାବରଣ ବଜାୟ ରଖିଛି । ୟୁକ୍ରେନ ଉପରେ ଋଷର ଆକ୍ରମଣ ହେଉ କିମ୍ବା ପାଲେଷ୍ଟାଇନ ଉପରେ ଇସ୍ରାଏଲର ବାରମ୍ବାର ଆକ୍ରମଣ ଏହା ପଛରେ ଆମେରିକାର ସାମ୍ରାଜ୍ୟବାଦୀ ନୀତିର ମନ୍ଦ ଉଦ୍ଦେଶ୍ୟ ରହିଛି । ଏହି ଯୁଦ୍ଧର ବାତାବରଣ ବିରୋଧରେ ଆଜି ସମଗ୍ର ବିଶ୍ୱବାସୀ ଏକ ହେଉଛନ୍ତି । ପାଲେଷ୍ଟାଇନ ସଂହତି ଦିବସ ଅବସରରେ “ଯୁଦ୍ଧ ନୁହେଁ ଶାନ୍ତି ଚାହୁଁ ବୋମା ନୁହେଁ ଖାଦ୍ୟ ଚାହୁଁ”ର ଆହ୍ୱାନ ଦିଆଯାଇଛି । ବିଶ୍ଵର ସାଧାରଣ ଜନଗଣଙ୍କୁ ଭୟର ବାତାବରଣ ନୁହେଁ ସେମାନଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ଦାବିରେ ଆନ୍ଦୋଳନ ବିଭିନ୍ନ ସ୍ଥାନରେ ସଂଗଠିତ ହେଉଛି । ସେଦିନର ହିରୋସୀମା ନାଗାସାକୀର କରୁଣ ଦୃଶ୍ୟ ଏବେ ବି ଜନମାନସରେ ଏକ କଳା ସମୟ ହୋଇରହିଛି । ଭାରତ ସରକାର ମଧ୍ୟ ସାମ୍ରାଜ୍ୟବାଦ ନୀତି ବିରୋଧରେ ନିଜର ସ୍ୱର ଶାଣିତ କରିବା ସହିତ ଜନସାଧାରଣଙ୍କ ମୌଳିକ ସମସ୍ୟା ଉପରେ ଗୁରୁତ୍ଵ ଦେବାକୁ ଦାବି କରାଯିବା ସହିତ ବିଶ୍ଵ ଶାନ୍ତି ପାଇଁ ସମସ୍ତ ଜନଗଣ ଏକ ହେବାକୁ ଆହ୍ୱାନ କରାଯାଇଛି । ଏହି ବିକ୍ଷୋଭରେ ସି.ଆଇ.ଟି.ୟୁ ରାଜ୍ୟ ସଂପାଦକ ହୃଦୟାନନ୍ଦ ଯାଦବ, ବିପି ମହାପାତ୍ର, ଅରୁ ଦାସ, ଲକ୍ଷ୍ମୀଧର ନାୟକ, ପ୍ରଭାତ ମହାନ୍ତି, ବିଶ୍ଵଜିତ ମାଝୀ, ଦିବାକର ମହାରଣା, ବିନୟ ବେହୁରିଆ, ବାସୁଦେବ ସାହୁ, ବିଶ୍ଵନାଥ ଲେଙ୍କା, ହିତେଶ ମଲ୍ଲିକ, ଏନ୍କେ ରାଉତରାୟ, ପ୍ରମୋଦ ପରିଡ଼ା, ତଲତ ମେହମୁଦ, ବୁବୁନ ମାଇତି, ବଛିରାମ ବେହେରା, ଅନାଦି ସାହୁ, ବସନ୍ତ ପାଢ଼ୀ, ଗୋବିନ୍ଦ ବାରିକ, ସୁରେନ୍ଦ୍ର ବେହେରା, ପ୍ରଦୀପ ଗୌଡ, ଜନ୍ମେଜୟ ଘୋଷ, ସାଗର ଛୋଟରାୟ,ଏ.ଆଇ.ୟୁ.ଟି.ୟୁ.ସି ନେତା ଶେଖ ଇସଲାମ, ଶ୍ରବଣ ସେଠୀ, ଆଲୋକ ବେହେରା, ସୁବାସ ଦଣ୍ଡପାଟ, ଏ.ଆଇ.ଟି.ୟୁ.ସି ନେତା ପ୍ରମୋଦ ବେହେରା, ଶିବ କୁମାର ମହାନ୍ତ ସମେତ ବହୁ କର୍ମକର୍ତ୍ତା ଯୋଗଦେଇଥିଲେ ।

Leave A Reply

Your email address will not be published.