ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶୁଭ ଉଦଘାଟନ କଲେ ‘ମୋ କଲେଜ ଅଭିଯାନ’

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ କଲେଜ ଅଭିଯାନର ଶୁଭ ଉଦଘାଟନ କରିଛନ୍ତି । ସାରା ଓଡ଼ିଶାର ୭୫୫ ଟି କଲେଜରେ ଏହି ଉଦଘାଟନ ସମାରୋହ ଭିଡିଓ କନଫରେନ୍ସ ମାଧ୍ୟମରେ ଚାଲିଥିଲା । ଡି ଏ ଭି ମହାବିଦ୍ୟାଳୟରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ମୋ କଲେଜ ଅଭିଯାନର ଉଦଘାଟନ ଭିଡିଓ କନଫରେନ୍ସ ମାଧ୍ୟମରେ କରିଛନ୍ତି । ଏହି କାର୍ୟ୍ୟକ୍ରମରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ । କଲେଜରେ ପଢିଥିବା ପୁରାତନ ଛାତ୍ରଛାତ୍ରୀ ମାନେ ମୋ କଲେଜ ଅଭିଯାନରେ ନିଜର ନିଜ ପଢିଥିବା କଲେଜକୁ ଆର୍ଥିକ ସହାୟତା କରିବେ । ଏହା ସହ ଯିଏ ଯେଉଁ ଦିଗରେ ନିଜର ଜ୍ଞାନ ଓ କୌଶଳ ବଳରେ କୃତିତ୍ୱ ଅର୍ଜନ କରିଛନ୍ତି ସେମାନେ ନିଜ ନିଜ ଜ୍ଞାନକୁ ବର୍ତମାନ ପଢିଥିବା ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦେଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଆହ୍ୱାନ କରିଛନ୍ତି । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ‌ସ୍ୱାମୀ ସ୍ୱର୍ଗତ ଅଭିମନ୍ୟୁ ସାହୁ ଏହି ଡିଏଭି ମହାବିଦ୍ୟାଳୟରେ ପଢିଥିବା ମନ୍ତ୍ରୀ ତାଙ୍କ ଅନୁଦାନ ପାଣ୍ଠିରୁ ଦୁଇ ଲକ୍ଷ ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି ।

Leave A Reply

Your email address will not be published.