om academy

୧୦ ବର୍ଷ ହେଲା ଅସହାୟ ବିଧବାଙ୍କୁ ମିଳୁନାହିଁ ଭତ୍ତା

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ କେର୍ମେଲାବାହାଲ ଗ୍ରାମ ପଞ୍ଚାୟତର ହରିଡାଟାଲ ଗ୍ରାମର ତୁଲବତୀ ବାଗ (୪୮)ଙ୍କୁ ଆଜି ପର୍ୟ୍ୟନ୍ତ ବିଧବା ଭତ୍ତା ମିଳୁନାହିଁ । ତୁଲବତୀ ବାଗ ଜଣେ ଅତ୍ୟନ୍ତ ଗରିବ ଖଟିଖିଆ ଶ୍ରେଣୀର ମହିଳା । ତାହାର ଗୋଟିଏ ପୁତ୍ର ସୁରେନ୍ଦ୍ର ବାଗ (୧୪) । ଆଜକୁ ୧୦ ବର୍ଷ ହେବ ତାହାର ସ୍ବାମୀ କୌଣସି ରୋଗରେ ପୀଡିତ ହୋଇ ମୃତ୍ୟୁ ବରଣ କରିଛନ୍ତି । ୧୦ ବର୍ଷ ପୂର୍ବେ ଖଣ୍ତିଏ ଇନ୍ଦିରା ଆବାସ ପାଇଥିଲେ । ଇନ୍ଦିରା ଆବାସ ନିର୍ମାଣ କରିବା ଅଧାରୁ ତାଙ୍କ ସ୍ବାମୀ ମୃତ୍ୟୁବରଣ କରିଥିବାରୁ ଘର ଅଧାରେ ରହିଗଲା ଘର । ସରପଞ୍ଚ ଠାରୁ ବ୍ଲକ ତଥା ରାଜନୈତିକ ନେତା ପର୍ୟ୍ୟନ୍ତ ବିଧବା ଭତ୍ତା ପାଇଁ ୧୦ବର୍ଷ ହେଲାଣି ଆବେଦନ କଲେ ବି ପାଇ ପାରୁ ନ ଥିବାର ଅଭିଯୋଗ କରିଛନ୍ତି ସେ । ଅନ୍ୟର କାମ କରି ପରିବାର ପୋଷଣ କରୁଛନ୍ତି । ତାଙ୍କୁ ଆବାସ ଯୋଜନାରୁ ଘର ଏବଂ ବିଧବା ଉତ୍ତା ଦେବା ପାଇଁ ପ୍ରଶାସନ ନିକଟରେ ଦାବୀ ହେଉଛି ।

Leave A Reply

Your email address will not be published.