pr

ମାୟାବର୍ହା ହାଇସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ

dr. purohit

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ହାଇସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ପ୍ରଧାନଶିକ୍ଷକ ରବିଚନ୍ଦ୍ର ପଶାୟତ ଭବ୍ୟ ସଭାରେ ଅଧ୍ୟକ୍ଷତା କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ପରିଚାଳନା କମିଟି ସଦସ୍ୟ ବେଣୁଧର ଚୌଧୁରୀ ମୁଖ୍ୟ ଅତିଥି ଭାବରେ, ଭୋଳନାଥ ଛତର, ମୋ ସ୍କୁଲ ଅଭିଯାନ କମିଟିର ସଭାପତି ସତ୍ୟ ନାରାୟଣ ପଧାନ, ସାମ୍ବାଦିକ ଭାରତ ଭୂଷଣ ପୂଜାରୀ, ନିମାଇ ଥପା, ହଳଧର ମେହେର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ନିଜସ୍ଵ ବକ୍ତବ୍ୟ ରଖିଥିଲେ ଓ କୃତି ପ୍ରତିଯୋଗୀ ଛାତ୍ରଛାତ୍ରୀମାନଙ୍କୁ ମେଡାଲ ଓ ସାର୍ଟିଫିକେଟ ଦେଇ ପୁରସ୍କୃତ କରିଥିଲେ । ଜିଲ୍ଲା ପରିଷଦ ସଦସ୍ୟ ଗଣେଷ ଭୋଇ, ମାୟାବର୍ହା ସେବା ସମବାୟ ସମିତିର ସଭାପତି ରାଧାକାନ୍ତ ଯୁଆଡି ଉକ୍ତ ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଖେଳ ଶିକ୍ଷକ ପ୍ରହଲ୍ଲାଦ ଦାଶ ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ଶିକ୍ଷକ ନନ୍ଦିଘୋଷ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ବାଳକ ଓ ବାଳିକା ବିଭାଗରେ ସର୍ବମୋଟ ୧୬ ଗୋଟି ବିଭାଗରେ ଖେଳ ପ୍ରତିଯୋଗିତା ଆୟୋଜିତ ହୋଇଥିଲ । କାର୍ଯ୍ୟକ୍ରମରେ ସଞ୍ଜୀବ ପୂଜାରୀ, ମିନକେତନ ଦାଶ, ଭିବିଷଣ ଖମାରୀ, ସମୀର, ସୁରଜ ଓ ଲିପି ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.