om academy

ସୁବର୍ଣ୍ଣପୁର ପ୍ରଶାସନ ତରଫରୁ ଜିଲ୍ଲାରେ କୋଭିଡ କଟକଣା ନିମନ୍ତେ ମାର୍ଗଦର୍ଶିକା ଜାରି

jsm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ରାଜ୍ୟରେ କରୋନା ଭୁତାଣୁର ନୂତନ ପ୍ରତିରୂପର ଦୃତ ଓ କ୍ରମବର୍ଦ୍ଧିଷ୍ଣୁ ସଂକ୍ରମଣର ପ୍ରତିରୋଧ ପାଇଁ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗୀୟ ଆଦେଶନାମା କ୍ରମେ ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ପାଇଁ ସପ୍ତାହାନ୍ତ ସଟ୍ ଡାଉନ୍ ଘୋଷଣା କରାଯାଇଛି । ଏହି ମର୍ମରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନଙ୍କ ଆଦେଶନାମା ସଂ.୩୯୬୦, ତା୨୨/୦୪/୨୧ରିଖ କ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ସହରାଞ୍ଚଳ ଯଥା ସୋନପୁର ମ୍ୟୁନିସିପାଲିଟି, ବିନିକା ଓ ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଜିଲ୍ଲା-ପ୍ରଶାସନ ତରଫରୁ ସପ୍ତାହାନ୍ତ ସଟ୍ ଡାଉନ୍ ଘୋଷଣା କରାଯିବା ସହିତ ପୂର୍ବରୁ ଲାଗୁଥିବା ରାତ୍ରିକାଳୀନ କରଫୁ ନିମନ୍ତେ ଆବଶ୍ୟକୀୟ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏହି ସପ୍ତାହାନ୍ତ ସଟଡାଉନ ଆସନ୍ତା ତା ୨୪/୦୪/୨୧ ରିଖ ୧୨ ଇଗରୁ ଲାଗୁହେବ । ପ୍ରକାଶିତ ନିର୍ଦ୍ଦେଶାବଳୀ ଅନୁସାରେ ଜିଲ୍ଲା ପ୍ରଶାସନ, ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ, ପୋଲିସ ପ୍ରଶାସନ, ଅଗ୍ନିଶମ ସେବା ଏବଂ ଅନ୍ୟାନ୍ୟ ସଂଶ୍ଳିଷ୍ଟ ଅନୁଷ୍ଠାନରେ କାର୍ୟ୍ୟରତ ଅଧିକାରୀ ଓ କର୍ମଚାରୀ, ଚିକିତ୍ସାଳୟ, କ୍ଲିନିକ୍‌, ନସିଂହୋମ୍‌, ଔଷଧ ବ୍ୟବସାୟ, ଆମ୍ବୁଲାନ୍ସ ଏବଂ ସ୍ୱାସ୍ଥ୍ୟ ସେବା ସହିତ ସଂଶ୍ଳିଷ୍ଟ ଅନୁଷ୍ଠାନରେ କାର୍ୟ୍ୟରତ ଅଧିକାରୀ, ଜଳ ଯୋଗାଣ, ପରିମଳ, ରନ୍ଧନ ଗ୍ୟାସ୍, ଆଦି ଜରୁରୀକାଳୀନ ସେବା ସହିତ ସଂଶ୍ଳିଷ୍ଟ ଅନୁଷ୍ଠାନରେ କାର୍ୟ୍ୟରତ ଅଧିକାରୀ ଓ କର୍ମଚାରୀ, ଶିଳ୍ପ ସଂସ୍ଥାରେ କାର୍ୟ୍ୟରତ ଅଧିକାରୀ ଓ କର୍ମଚାରୀ ଓ ନିର୍ମାଣ କାର୍ୟ୍ୟ ସହିତ ସଂଶ୍ଲିଷ୍ଟ ଅଧିକାରୀ, କର୍ମଚାରୀ ଓ ଶ୍ରମିକ ଏବଂ ଇକ୍‌ରେ କାର୍ୟ୍ୟରତ କର୍ମଚାରୀ ଓ ଜିଲ୍ଲା ପୋଲିସ୍ ପ୍ରଶାସନ ଦ୍ଵାରା ପ୍ରାଧୀକୃତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସଟ୍ ଡାଉନ୍ କଟକଣାରୁ ମୁକ୍ତ ରଖାଯାଇଛି । କିନ୍ତୁ ଏହି ବର୍ଗର ବ୍ୟକ୍ତିବିଶେଷଙ୍କ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ସ୍ୱତନ୍ତ୍ର ଅନୁମତି ପତ୍ର ପ୍ରଦାନ କରାଯିବ ନାହିଁ । ସମ୍ପୃକ୍ତ ବ୍ୟକ୍ତିବିଶେଷ ସେମାନଙ୍କ ଅନୁଷ୍ଠାନ ଦ୍ବାରା ପ୍ରଦତ୍ତ ପରିଚୟ ପତ୍ର, ଜରୁରୀକାଳୀନ ଓ ଅତ୍ୟାବଶ୍ୟକ ସେବା ସହିତ ଯାତ୍ରା ସମ୍ପର୍କୀତ ଯାନ ଟିକଟ, ଚିକିତ୍ସା ସହିତ ଜଡ଼ିତ ଆବଶ୍ୟକୀୟ କାଗଜପତ୍ର ଆଦି ଯାଞ୍ଚ ସମୟରେ ପ୍ରଦର୍ଶନ କରିବାକୁ ହେବ । ଏତଦ୍‌ବ୍ୟତୀତ ସଟ୍ ଡାଉନ୍ ଅବଧିରେ ଏ.ଟି.ଏମ୍., ପେଟ୍ରୋଲ୍ ପମ୍ପ ଏବଂ ଜାତୀୟ ଓ ଓ କର୍ମଚାରୀ ଓ ବିଦ୍ୟୁତ, ଦୂର ସଞ୍ଚାର, ପାନୀୟ, ଜାତୀୟ ଓ ରାଜ୍ୟ ରାଜପଥ ପାର୍ଶ୍ଵସ୍ଥ ଢାବା ହୋଟେଲ୍ କେବଳ ଖାଦ୍ୟ ପାର୍ସଲ ଦେଇ ପାରିବେ । ସେହିପରି ଗ୍ରୋସରୀ, ପନିପରିବା, ଏବଂ ଅତ୍ୟାବଶ୍ୟକ ସାମଗ୍ରୀ, ଖାଦ୍ୟ ପ୍ରଭୁତିର ହୋମ ଡେ଼ଲିଭରି ଯୋଗାଣକୁ କଟକଣା ମୁକ୍ତ କରାଯାଇଛି । ସମ୍ବାଦପତ୍ର ବିତରକମାନେ ସକାଳ ୫ ଟାରୁ ୮ ଟା ମଧ୍ୟରେ ସମ୍ବାଦପତ୍ର ବିତରଣ କରିପାରିବେ । ସେହିପରି ଜିଲ୍ଲା ପ୍ରଶାସନ ଦ୍ବାରା ପ୍ରାଧୀକୃତ ଅଧିକାରୀଙ୍କ ଅନୁମତି କ୍ରମେ ବିବାହ ଓ ଅତ୍ୟେଷ୍ଟିକ୍ରିୟା ଆୟୋଜନ ହୋଇପାରିବ । ପବ୍ଲିକ ଟ୍ରାନ୍ସପୋର୍ଟ, ବ୍ୟକ୍ତିଗତ ଯାନ ଓ ଟେକ୍ସି ପ୍ରଭୁତି ଏୟାରପୋର୍ଟ, ରେଲୱେ ଷ୍ଟେସନ ଏବଂ ବସ ଟର୍ମିନାଲକୁ ଯାତ୍ରୀ ଯିବା ଆସିବା ନିମନ୍ତେ ମୁକ୍ତ ରହିବ ।

ଜନ ସାଧାରଣ କୋଭିଡ ସଂକ୍ରମଣକୁ ପ୍ରତିହତ କରିବାକୁ ସାମାଜିକ ଦୂରତା ରଖୁବା ସହିତ ମାସ୍କ ପରିଧାନ, ନିୟମିତ ବ୍ୟବଧାନରେ ହାତକୁ ସାନିଟାଇଜ କରିବାକୁ ଅନୁରୋଧ କରାଯାଉଛି । ଏଥିରେ ଖିଲାପ ହେଲେ, ସମ୍ପୃକ୍ତ ବ୍ୟକ୍ତି /ଅନୁଷ୍ଠାନ ବିରୁଦ୍ଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave A Reply

Your email address will not be published.