om academy

ମାଓ ପୋଷ୍ଟର : କୁମ୍ବିଂ ଅପରେସନ ବନ୍ଦ ପାଇଁ ଚେତାବନୀ

jsm

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ମାଣିକେରାରେ ହାତ ଲେଖା ମାଓ ପୋଷ୍ଟର ଦେଖିବାକୁ ମିଳିଛି । ରାସ୍ତା ଚଡ଼ର ବିଭିନ୍ନ ଗଛରେ ଏଭଳି ପୋଷ୍ଟର ଲାଗିଥିବା କୁହାଯାଇଛି । ପୋଷ୍ଟରରେ ପ୍ରଜାକୋର୍ଟରେ ମୃତ୍ୟୁ ଦଣ୍ଡାଦେଶ ଚେତାବନୀ ଦିଆଯାଇଥିବା ବେଳେ ନିର୍ଦ୍ଧିଷ୍ଟ ୩ ଜଣ ସ୍ଥାନୀୟ ଲୋକଙ୍କୁ ପୋଲିସ ସୂଚନାଦାତା ଭାବରେ ମୃତ୍ୟୁ ଦଣ୍ଡାଦେଶ ଚେତାବନୀ ଦିଆଯାଇଥିବା ସୂଚନାରେ ପ୍ରକାଶ । କଳାହାଣ୍ଡି-କନ୍ଧମାଳ ସୀମାନ୍ତରେ କୁମ୍ବିଂ ଅପରେସନ ବନ୍ଦ ପାଇଁ କଳାହାଣ୍ଡି ଆରକ୍ଷୀ ଅଧୀକ୍ଷକ ବାତୁଲା ଗଂଗାଧରଙ୍କ ନାଁ ଉଲ୍ଲେଖ ଥାଇ ଚେତାବନୀ ଦିଆଯାଇଛି । ପୋଷ୍ଟରରେ କେକେବିଏନ ଡିଭିଜନ ନାମ ଉଲ୍ଲେଖ ସୂଚନା ରହିଛି । ପୋଲିସ ପୋଷ୍ଟର ଉଦ୍ଧାର କରି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

?

Leave A Reply

Your email address will not be published.