ppurohit

ସମ୍ବାଦ ସାହିତ୍ୟ ଘର ତରଫରୁ ‘ଶୀତ ସର୍ଜନା’ ସାରସ୍ୱତ ଉତ୍ସବ ଅନୁଷ୍ଠିତ : ନୂତନ କର୍ମକର୍ତ୍ତା ମନୋନୀତ

2nd

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମ୍ବାଦ ସାହିତ୍ୟ ଘର ତରଫରୁ ‘ଶୀତ ସର୍ଜନା’ ସାରସ୍ୱତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ବାଦ ସାହିତ୍ୟ ଘରର ସଭାପତି ଡ. ସଂଜୟ କୁମାର ମିଶ୍ର, ସଂପାଦକ ସଂଦୀପ କୁମାର କୁଅଁରଙ୍କ ସହ ମୁଖ୍ୟ ଅତିଥି ଭାବେ ‘ସମ୍ବାଦ’ ସଂପାଦକ ତଥା ସାହିତ୍ୟ ଘରର ପ୍ରତିଷ୍ଠାତା ସୌମ୍ୟରଂଜନ ପଟ୍ଟନାୟକ, ମୁଖ୍ୟବକ୍ତା ଭାବରେ ସାହିତ୍ୟ ଘରର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା, ସମ୍ମାନୀତ ଅତିଥି ଭାବେ ସମ୍ବାଦର ବାର୍ତ୍ତା ସଂପାଦକ ଅରବିନ୍ଦ ଦାସ ଓ ସମ୍ବାଦ ସମ୍ବଲପୁର ସଂସ୍କରଣର ମୁଖ୍ୟ ଦେବେନ୍ଦ୍ର ସାମନ୍ତରାୟ ମଂଚାସୀନ ଥିଲେ । ଏହି ଅବସରରେ କବି ଜୟଦେବ କରଙ୍କ ଇଂରାଜୀ କବିତା ସଂକଳନ ‘ସଙ୍ଗ୍‌ ଅଫ୍‌ ଜୟଦେବ : ଲେ’ ଅଫ୍‌ ଏନ୍‌ ଇଣ୍ଡିଏନ୍‌ ପଏଟ୍‌’ ଏବଂ ଡ. ସଂଜୟ କୁମାର ମିଶ୍ରଙ୍କ ‘ପଶ୍ଚିମ ଓଡ଼ିଶାର ଲୋକଗୀତ’ ପୁସ୍ତକ ଉନ୍ମୋଚିତ ହୋଇଥିଲା । ଅତିଥିମାନଙ୍କ ସମ୍ବର୍ଦ୍ଧନା ଦେଇଥିଲେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ହରିନାରାୟଣ ପୂଜାରୀ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତି ସମୂହ । ଏହି ଅବସରରେ ସାହିତ୍ୟ ଘରର ନୂତନ କର୍ମକର୍ତ୍ତା ମନୋନୀତ ହୋଇଥିବା ବେଳେ ସଭାପତି ଭାବେ କବି ସଂଦୀପ କୁମାର କୁଅଁର ଏବଂ ସଂପାଦକ ଭାବେ କବି ଜୟଦେବ କର ମନୋନୀତ ହୋଇଥିଲେ । ବଲାଙ୍ଗିର ଜିଲ୍ଲା ପ୍ରତିନିଧି ବିଶ୍ୱଜିତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ସହରର ବହୁ କବି, ସାହିତ୍ୟିକ ତଥା ଗଣ୍ୟମାନ୍ୟ ବ୍ୟ‌କ୍ତି ଏଥିରେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.