oom

ଓଡ଼ିଶା ଅମଲା ସଂଘର ତ୍ରୟବାର୍ଷିକ ସମ୍ମିଳନୀ ଅନୁଷ୍ଠିତ : ନୂତନ କର୍ମକର୍ତ୍ତା ମନୋନୀତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଅମଲା ଭବନ, ବଲାଙ୍ଗିର ଠାରେ ଓଡ଼ିଶା ଅମଲା ସଂଘ ଜିଲ୍ଲା ଶାଖା ବଲାଙ୍ଗିରର ସଭାପତି ଶତୃଘ୍ନ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଜିଲ୍ଲା ଅମଲା ସଂଘର ତ୍ରୟୋବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ରାଜ୍ୟ ଅମଲା ସଂଘର କାର୍ଯ୍ୟକାରିଣୀ ସଭାପତି ଚିତ୍ତରଂଜନ ତରାସିଆ, ଅମଲା ସଂଘ ରାଜ୍ୟ ଅଧ୍ୟକ୍ଷ (ଜିଲ୍ଲା କମିଟି) ଦିଲ୍ଲୀପ ରଥ, ରାଜ୍ୟ ଅଣ ଗେଜେଟେଡ୍‌ ଅଫିସର କୋଅଡ଼ିନେସନ କମିଟି ସଭାପତି ଜ୍ୟୋତିରଂଜନ ପଟ୍ଟନାୟକ ଏହି ସଭାରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସଂଘର ସଭାପତି ଶ୍ରୀ ପାଣିଗ୍ରାହୀ ଅମଲା ସଂଘ ଦ୍ୱାରା କରାଯାଇଥିବା ବିଭିନ୍ନ କାର୍ଯ୍ୟର ବିଷଦ୍‌ ଆଲୋଚନା କରିଥିଲେ ଏବଂ ଆଗାମୀ ଦିନରେ ଯୁବ ପିଢ଼ିକୁ ଏହି ସଂଘର କାର୍ଯ୍ୟକ୍ରମକୁ ଆଗେି ନେବାକୁ ଆହ୍ୱାନ ଦେଇଥିଲେ । ବିଗତ ଦିନରେ ସଂଘର ବିଭିନ୍ନ କାର୍ଯ୍ୟ ଯଥା ପ୍ରବେଶ ସ୍ତରରେ ଅମଲା ମାନଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍‌ରୁ ସ୍ନାତକକୁ ବୃଦ୍ଧି ଏବଂ ଜିଲ୍ଲା ପଦବୀଗୁଡ଼ିକର ପୁନର୍ଗଠନର ସଫଳତା ପାଇଁ ସମସ୍ତ ସଭ୍ୟଙ୍କର ଉଦ୍ୟମକୁ ପ୍ରଶଂସା କରିଥିଲେ । ଆଉ ବାକି ରହିଯାଇଥିବା ଦାବୀଗୁଡ଼ିକ ସରକାରଙ୍କ ଦୃଷ୍ଟି ଗୋଚରକୁ ଆଣି ତାର ପୂରଣ ନିମନ୍ତେ ଯତ୍ନବାନ ହେବା ପାଇଁ ଯୁବବର୍ଗ ଓ ଆଜି ମନୋନୀତ ହେବା କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଥିଲେ । ଶେଷରେ ସର୍ବସମ୍ମତି କ୍ରମେ ଓଡ଼ିଶା ଅମଲା ସଂଘ ଜିଲ୍ଲା ଶାଖାର ନୂତନ ପରିଷଦ ଗଠନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଥିଲା । ତେବେ ସର୍ବସମ୍ମତି କ୍ରମେ ଶତୃଘ୍ନ ପାଣିଗ୍ରାହୀ ମୁଖ୍ୟ ପୃଷ୍ଠପୋଷକ, ହରିବନ୍ଧୁ ପାଣି ମୁଖ୍ୟ ଉପଦେଷ୍ଟା, ଘନଶ୍ୟାମ ଡାଙ୍ଗ ଓ ଚୈତନ୍ୟ ନାଏକ ଉପଦେଷ୍ଟା, ବିରେନ୍ଦ୍ର ବନଛୋର୍‌ ଅଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ । ସଂଘର ସମସ୍ତ ସଦସ୍ୟଙ୍କର ବିପୁଳ ସହମତିରେ ଅନନ୍ତ ନାରାୟଣ ପାଣିଗ୍ରାହୀ ଜିଲ୍ଲା ଅମଲା ସଂଘର ସଭାପତି ଓ ଚନ୍ଦନ କୁମାର ଶତପଥୀ ସଂପାଦକ ଭାବେ ମନୋନୀତ ହୋଇଥିଲେ । ଏହି କ୍ରମରେ ପଦୀପ କୁମାର ଭୋଇ କାର୍ଯ୍ୟକାରିଣୀ ସଭାପତି ଭାବେ ମନୋନୀତ ହୋଇଥିଲେ । ଅନ୍ୟ ବରିଷ୍ଠ ସଦସ୍ୟ ଏବଂ ନବ ମନୋନୀତ ସଦସ୍ୟଙ୍କ ସହାୟତାରେ ଓଡ଼ିଶା ଅମଲା ସଂଘ ଜିଲ୍ଲା ଶାଖାର ବିଭିନ୍ନ ପଦବୀକୁ ସଭ୍ୟମାନଙ୍କୁ ମନୋନୀତ କରାଯାଇଥିଲା । ଶେଷରେ ବିଦାୟୀ ସଭାପତି ଶତୃଘ୍ନ ପାଣିଗ୍ରାହୀ ଆଗାମୀ ଦିନରେ ସଂଘର କାର୍ଯ୍ୟକ୍ରମକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଆହ୍ୱାନ ଦେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.