oum

ବଜ୍ରାଘାତ ଯୋଗୁଁ ୪ ମଇଁଷି ମୃତ

jsm

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଘଣ୍ଟାପଡା ପଞ୍ଚାୟତ ଅନ୍ତର୍ଗତ ଲଣ୍ତାପଦର ଗ୍ରାମରେ ବଜ୍ରାଘାତ ଯୋଗୁଁ ୪ଟି ମଇଁଷିର ମୃତ୍ୟୁ ହୋଇଛି । ବୁଧବାର ହେମନ୍ତ ରଣା ମଇଁଷି ମାନଙ୍କୁ ଗୋଟିଏ ଗଛତଲେ ବାନ୍ଧିଥିଲେ । ଅପରାହ୍ନ ୩ଟା ସମୟରେ ଘଡଘଡି ସହ ବର୍ଷା ହୋଇଥିଲା ଏବଂ ବଜ୍ରାଘାତ ହେବା ଫଳରେ ହେମନ୍ତ ରଣାଙ୍କ ଗୋଟିଏ ଗର୍ଭିଣୀ ମଇଁଷି, ଗୋଟିଏ ବର୍ଷକ  ଛୁଆ ଓ ଦୁଇଟି ପୋଢ (ଅଣ୍ଡିରା ମଇଁଷି)ର ମୃତ୍ୟୁ ହୋଇଛି । ମୃତ ମଇଁଷିଙ୍କ ଅନୁମାନିକ ମୂଲ୍ୟ ୧ଲକ୍ଷ ପାଖାପାଖି ହେବ ବୋଲି ଜଣାପଡ଼ିଛି । ଖବର ପାଇ ଘଣ୍ଟାପଡା ଏଲଆଇ ପ୍ରଜ୍ଞାସିନୀ ପ୍ରଧାନ ଘଟଣା ସ୍ଥଳକୁ ଯାଇ ତଦାରଖ କରିଥିଲେ । କଣ୍ଟାମାଳ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଜନ୍ମେଜୟ ମହାଲିଙ୍ଗଙ୍କୁ ପଚାରିବାରୁ ଆମ ପାଖରେ ସହଯୋଗ ଫଣ୍ତ ନାହିଁ, ଜିଲ୍ଲା ପ୍ରଶାସନ କିମ୍ବା ତହସିଲଦାରଙ୍କୁ ଜଣାଅ ବୋଲି କହିଥିଲେ ।

Leave A Reply

Your email address will not be published.