ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆସନ୍ତାକାଲି ତା ୧୨.୦୧.୨୦୨୫ ରିଖ ଦିନ ସକାଳ ୧୦ଟା ସମୟରେ ବ୍ରହ୍ମପୁର ଠାରୁ ଅଯୋଧ୍ୟାକୁ ମହାକୁମ୍ଭ ମେଳା ନିମନ୍ତେ ସ୍ୱତନ୍ତ୍ର Multy axcel Volvo AC Sleeper ଯାତ୍ରା ଆରମ୍ଭ କରିବ । ଏହା ଆସନ୍ତାକାଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସି ମାଧ୍ୟମରେ ସକାଳ ୧୦ଟା ସମୟରେ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମ ବ୍ରହ୍ମପୁର ORT Bus ଗ୍ୟାରେଜ ଠାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ସକାଳ ୯ଟା ସମୟରେ Multy axcel Volvo AC Sleeper ବ୍ରହ୍ମପୁର ଠାରୁ ଛାଡିବ, ଦ୍ୱିତୀୟ ଦିନ ଅଯୋଧ୍ୟାରେ ଅପରାହ୍ନ ୩.୧୫ ସମୟରେ ପହଞ୍ଚିବ । ସେହି ବସଟି ତା’ପରଦିନ ଅଯୋଧ୍ୟାରୁ ସକାଳ ୮.୩୦ରେ ଛାଡିବ ତା’ପରଦିନ ଅପରାହ୍ନ ୨.୩୦ରେ ବ୍ରହ୍ମପୁର ଠାରେ ପହଞ୍ଚିବ। ଏହି ବସ ଚଳିତ ମାସ ତା ୨୬.୦୧.୨୦୨୫ ପର୍ଯ୍ୟନ୍ତ ଚାଲୁ ରହିବ । ଏଠାରେ ପ୍ରକାଶ ଥାଉକି ମୁଖ୍ୟମନ୍ତ୍ରୀ ଓଡ଼ିଶାର ବ୍ରହ୍ମପୁର, ପୁରୀ, ସମ୍ବଲପୁର ଏବଂ ଭବାନୀପାଟଣା ସହରରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଆଭାସି ଦ୍ୱାରା ଭୁବନେଶ୍ୱର ଠାରୁ କରିବାର ଯୋଜନା ରହିଛି ।