ବଲାଙ୍ଗିର ପୌରପରିଷଦ ପକ୍ଷରୁ ନିଖିଲ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଖିଲ ଭାରତ ସ୍ୱାୟତ୍ତ ଶାସନ ଦିବସ ବଲାଙ୍ଗିର ପୌର ପରିଷଦ ପକ୍ଷରୁ ପାଳନ ହୋଇଯାଇଛି । ସରକାରଙ୍କ କୋଭିଡ-୧୯ର ନିୟମକୁ ଅନୁସରଣ କରି ବଲାଙ୍ଗିର ପୌରପରିଷଦ ସ୍ୱାୟତ୍ତ ଶାସନ ଦିବସକୁ ନିରାଡମ୍ଭର ଭାବେ ପାଳନ କରାଯାଇଛି । ଏହି ଦିବସରେ ବଲାଙ୍ଗିର ଜିଲ୍ଲାପାଳ ତଥା ପୌର ପ୍ରଶାସକ ଅରିନ୍ଦମ ଡାକୁଆ ଯୋଗଦେଇ ରାଷ୍ଟ୍ରୀୟ ଧ୍ୱଜ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ । ଶ୍ରୀ ଡାକୁଆ ପୌର ପରିଷଦ କର୍ମକର୍ତ୍ତାମାନଙ୍କୁ ଉଦ୍‌ବୋଧନଦେଇ ଏହି କରୋନା ମହାମାରୀ ସମୟରେ ପୌରକର୍ମ·ରୀମାନେ ନିଷ୍ଠାର ସହ କାର୍ଯ୍ୟକରିଥିବାରୁ ସେମାନଙ୍କୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଡାକୁଆ କିଛି ପୌରପରିଷଦର କର୍ମ·ରୀଙ୍କୁ ତାଙ୍କର ଉକ୍ତୃଷ୍ଟ କାର୍ଯ୍ୟ ସକାଶେ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୌରପରିଷଦର ୬୦ଜଣ କର୍ମକର୍ତ୍ତାଙ୍କୁ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କୃତ କରିଥିଲେ । ଏହା ବ୍ୟତୀତ ୧୦୦ଟି ବୃକ୍ଷ ପୌରପରିଷଦର ଡମ୍ଫିଙ୍ଗ୍‌ୟାଡ, ବିଜାଖମନଠାରେ ରୋପଣ କରାଯାଇଥିଲା । ସ୍ୱଂୟ ସିଦ୍ଧ ଏସ୍‌ଏଚ୍‌ଜିଙ୍କ ସହଯୋଗରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିଲା । ଏହି ସବୁ କାର୍ଯ୍ୟକ୍ରମକୁ ପୌରନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ସ୍ୱାୟତ୍ତ ଶାସନର ମହତ୍ୱପୂର୍ଣ୍ଣ କାର୍ଯ୍ୟ ଥିଲା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୧୦୦ଟି କାର୍ଯ୍ୟକ୍ଷମ ମାଇକ୍ରୋ କମ୍ପୋଷ୍ଟ ସେଂଟର, ୫୦ଟି ମେଟେରିଆଲ ରିକଭରି ଫେସଲିଟି, ଯାହା ଜନସାଧାରଣଙ୍କ ପାଇଁ ଉତ୍ସର୍ଗିକୃତ ହୋଇଛି । ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି କେନ୍ଦ୍ର ଓ ସେବାଗୁଡିକୁ ଉତ୍ସର୍ଗିକୃତ କରିଥିବା ବେଳେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ପୌରପରିଷଦର ସମସ୍ତ ଅଧିକାରୀ କର୍ମ·ରୀ ଉତ୍ସାହ ସହିତ ଯୋଗଦେଇ ଥିଲେ ।

Leave A Reply

Your email address will not be published.