ରାସ୍ତା ଉପରେ ଡ୍ରେନ୍‌ ପାଣି : ଲୋକେ ହ‌ନ୍ତସ‌ନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମ୍ୟୁନିସିପାଲିଟିର ୱାର୍ଡ ନଂ.୧୮ ତୁଲସୀନଗରପଡ଼ାରେ ରାସ୍ତା ଉପରେ ଡ୍ରେନ ପାଣି ଛୁଟୁଥିବା ଦେଖିବାକୁ ମିଳିଛି । ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକେ ଡ୍ରେନ ପାଣି ଅତିକ୍ରମ କରି ଯିବାଆସିବା କରୁଛନ୍ତି ଓ ନାହିିଁ ନଥିବା ଅସୁବିଧାର ସ‌ମ୍ମୁଖୀନ ହେଉଛ‌ନ୍ତି। ସବୁଠାରୁ ବଡ଼ କଥା ହେଲା, ମ୍ୟୁନିସିପାଲିଟି କ‌ର୍ତୃପକ୍ଷ ସହରର ବିଭି‌ନ୍ନ ପଡ଼ାରେ ରହିଥିବା ଏଭଳି ସମସ୍ୟା ପ୍ରତି ଦୃ‌ଷ୍ଟି ଦେଉ ନଥିବା ସାଧାରଣରେ ଆଲୋଚନା ହେଉଛି । ରାସ୍ତା ଉପରେ ଡ୍ରେନ ପାଣି ଯାଉଥିବାରୁ ଯିବା ଆସିବା ବେଳେ ଛୋଟବଡ଼ ଦୁର୍ଘଟଣା ମଧ୍ୟ ଘଟୁଥିବା କୁହାଯାଉଛି । ଏ ନେଇ ପଡାବାସୀ‌ଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ପଡାବାସୀ ମ୍ୟୁନିସିପାଲଟି ଅଫିସକୁ ଯାଇ ପୌରପରିଷଦ ଅଧିକାରୀଙ୍କୁ ରାସ୍ତା ଓ ଡ୍ରେନ ନିର୍ମାଣ କରିବା ପାଇଁ ବହୁବାର ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ କିଛି ଫଳ ମିଳୁନଥିବା ଅଭିଯୋଗ ହୋଇଛି। ଏଥି ପ୍ରତି ଜିଲାପାଳ ଦୃଷ୍ଟି ଦେବାକୁ ପଡାବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.