କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୫ଟି ଅନ୍ତର୍ଭୁକ୍ତ ଘୋରଡିଆ ନୋଡାଲ ହାଇସ୍କୁଲ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଲୋକାର୍ପିତ ହୋଇ ପାରିଲା ନାହିଁ

ଡେଲାଙ୍ଗ, (ଦିଲୀପ ଧାଉଡିଆ) : ୫ ଟି ଅନ୍ତର୍ଭୁକ୍ତ ସ୍କୁଲ ଗୁଡିକର କାୟାକଳ୍ପ ପିଲାମାନଙ୍କ ମାନସିକତା ଉପରେ ମଧ୍ୟ ସକରାତ୍ମକ ପ୍ରଭାବ ପକାଇଛି । ସ୍କୁଲର ଆଧୁନିକ ସୁବିଧା ସୁଯୋଗ ଯୋଗୁ ପାଠ ପଢିବା ଆମ ପାଇଁ ଆଗ ଅପେକ୍ଷା ବହୁତ ସହଜ ହୋଇଛି । ଇଣ୍ଟରନେଟ୍‌ ଜରିଆରେ ସବୁ ବିଷୟରେ ଆମେ ତୁରନ୍ତ ତଥ୍ୟ ପାଇପାରୁଛୁ । ଏହା ଦ୍ୱାରା ପଢିବାରେ ଆମର ଆଗ୍ରହ ବଢିବା ସହିତ ଆମର ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇଛି ବୋଲି ପିଲାମାନେ ମତବ୍ୟକ୍ତ କରିଛନ୍ତି । ସେମାନେ କହିଛନ୍ତି ଯେ ନୂତନ ଆଧୁନିକ ସୁବିଧା ସହିତ ସ୍କୁଲକୁ ନୂଆ ରାସ୍ତା, ମାଗଣା ବିଜୁଳି ଓ ଇଣ୍ଟରନେଟ୍‌ ସୁବିଧା ଯୋଗୁ ସ୍କୁଲ ଏବେ ଆମର ସବୁଠାରୁ ପସନ୍ଦର ସ୍ଥାନ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଜିଲ୍ଲାର ୯୫ଟି ସ୍କୁଲ ସମେତ ୫ଟି ଜିଲ୍ଲାର ୪୪୫ଟି ସ୍କୁଲକୁ ଲୋକାର୍ପିତ କରିଛନ୍ତି । ସୂଚନାଯୋଗ୍ୟ, ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ପୁରୀ ଜିଲ୍ଲାର ୪୮ଟି ସ୍କୁଲ ଲୋକାର୍ପିତ ହୋଇଥିବା ବେଳେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଅସ୍ତରଙ୍ଗ ବ୍ଲକରେ ୪, ବ୍ରହ୍ମଗିରି ୭, ଡେଲାଙ୍ଗ ୭, ଗୋପ ୧୧, କାକଟପୁର ୮, ନିମାପଡା ୧୧, କଣାସ ୮, କୃଷ୍ଣପ୍ରସାଦ ୬, ପିପିଲି ୧୧, ପୁରୀ ସଦର ୧୩, ସତ୍ୟବାଦୀ ବ୍ଲକର ୯ଟି ସହ ମୋଟ ୯୫ଟି ସ୍କୁଲକୁ ରୂପାନ୍ତର ପ୍ରକ୍ରିୟାରେ ସାମିଲ । ଡେଲାଙ୍ଗ ବ୍ଲକରେ ଦ୍ଵିତୀୟ ପର୍ଯ୍ୟାୟରେ ୮ଟି ସ୍କୁଲ ୫ଟି ରୁପାନ୍ତରିତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲା । ଗତ କାଲି ସେଥିମଧ୍ୟରୁ ୭ଟି ସ୍କୁଲ ମୁଖ୍ୟମନ୍ତ୍ରୀ ଲୋକାର୍ପିତ ହୋଇଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଘୋରଡିଆ ନୋଡାଲ ହାଇସ୍କୁଲର ୫ଟି କାର୍ଯ୍ୟ ସମ୍ପର୍ଣ୍ଣ ହୋଇପାରିଲା ନାହିଁ କି ଠିକ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଲୋକାର୍ପିତ ହେଲା ନାହିଁ । ଯେଉଁଥିପାଇଁ ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ସ୍କୁଲ କମିଟି ସଭ୍ୟ/ସଭ୍ୟା, ଅଭିଭାବକ ଓ ଅଞ୍ଚଳବାସୀ ମଧ୍ୟରେ ଦୁଃଖ ଓ ଅସନ୍ତୋଷ ଦେଖା ଦେଇଛି । ୧୯୬୮ ମସିହାର ପ୍ରତିଠିତ ଡେଲାଙ୍ଗ ବ୍ଲକ ସାଊରିଆ ଗ୍ରାମ ପଞ୍ଚାୟତର ସର୍ବପୁରାତନ ଏହି ଘୋରଡିଆ ନୋଡାଲ ହାଇସ୍କୁଲର ଷଷ୍ଠ ରୁ ଦଶମ ଶ୍ରେଣୀରେ ୧୭୦ ଜଣ ଛାତ୍ରଛାତ୍ରୀ ସୁସ୍ଥ ପରିବେଶରେ ୩ ବଖରା ଆଜବେଷ୍ଟସ ଘରେ ପଢୁଛନ୍ତି । ଘର ନଥିବାରୁ ପିଲାଙ୍କ ପାଠପଢାରେ ବ୍ୟାହତ ହେଉଛି । ଆବଶ୍ୟକ ଶିକ୍ଷକ ନାହାନ୍ତି ଆଉ ଅନ୍ୟ କଥା ପଚାରେ କିଏ । ସରକାରଙ୍କ ୫ଟି ଯୋଜନା ଏଠାରେ ଉପହାସ ଲାଗେ । ଚଳିତ ବର୍ଷ ପିଲାମାନେ ଏହି ୫ଟି ସୁବିଧା ପାଇବାରୁ ବଞ୍ଚିତ ଓ ପିଲାଙ୍କ ଭବିଷ୍ୟତ ଉଜ୍ଜଳମୟ ହେବା ପରିବର୍ତେତ୍ତତ୍ତ ଅନ୍ଧକାର ମଧ୍ୟକୁ ଠେଲି ଦେଉଛନ୍ତି ବିଭାଗୀୟ କର୍ତ୍ତୁପକ୍ଷ । ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବ ତୁରନ୍ତ ଏହାର ତଦନ୍ତ କରି ସ୍କୁଲର ୫ଟି କାର୍ଯ୍ୟ ତ୍ଵରାନ୍ୱିତ କରିବାକୁ ଅଞ୍ଚଳବାସୀ ଦାବୀ ଜଣାଇଛନ୍ତି ।

Leave A Reply

Your email address will not be published.