ସାଊରିଆ ପଞ୍ଚାୟତ ନୂତନ କାର୍ଯ୍ୟାଳୟ ଗୃହ ଲୋକାର୍ପଣ କଲେ ବିଧାୟକ ମହାରଥୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ସାଊରିଆ ଗ୍ରାମ ପଞ୍ଚାୟତର ନୂତନ କାର୍ଯ୍ୟାଳୟ ଗୃହକୁ ଗତକାଲି ଅପରାହ୍ନରେ ସ୍ଥାନୀୟ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଲୋକାର୍ପଣ କରିଛନ୍ତି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ବିଧାୟକ ଶ୍ରୀ ମହାରଥୀଙ୍କ ସହ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡଙ୍ଗୀ, ସ୍ଥାନୀୟ ସରପଞ୍ଚ କୁନୀମଣି ରାଉତରାୟ, ସମିତି ସଭ୍ୟ ଦୁଷ୍ମନ୍ତ ପାଟ୍ଟଶାଣୀ ଏହି ଲୋକାର୍ପଣ ଉତ୍ସବରେ ଉପସ୍ଥିତ ଥିଲେ । ସରପଞ୍ଚ କୁନୀମଣି ରାଉତରାୟ ଅତିଥିମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଦିକନ୍ଦ ରାଉତରାୟ, ଲକ୍ଷ୍ମୀଧର ସାହୁ, ଯୁଧିଷ୍ଠିର ମାର୍ଥା, ପ୍ରସନ୍ନ ଦଳେଇ, ଚୀତ୍ରସେନ ନିଶଂକ, ଲକ୍ଷ୍ମୀଧର ରାଉତରାୟ, ସୁରେନ୍ଦ୍ର ପଟ୍ଟଶାଣୀ ପ୍ରମୁଖଙ୍କ ସହ ନାଏବ ସରପଞ୍ଚ ସମସ୍ତ ୱାର୍ଡ ସଭ୍ୟ, ସ୍ୱୟଂ ସହାୟକ ଗୋଷ୍ଟୀ ସଭ୍ୟାମାନେ, ବିଜେଡି କର୍ମୀ, ନେତୃବୃନ୍ଦ ଓ ସ୍ଥାନୀୟ ଗ୍ରାମବାସୀ ଏହି ଉତ୍ସବରେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.