ଲଳିତ ନାୟକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଖୁସିର ବିଷୟ ଯେ, ସହସ୍ରାଧିକ ଶୁଭେଚ୍ଛୁଙ୍କ ପ୍ରାର୍ଥନା ଓ ଚିକିତ୍ସକଙ୍କ ଚିକିତ୍ସା ବଳରେ ସମାଜସେବୀ ଲଳିତ ନାୟକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ବିଶେଷ ଉନ୍ନତି ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ଗତକାଲି ସଂଧ୍ୟାରେ ବରିଷ୍ଠ ସାମ୍ବାଦିକ ସତ୍ୟସୁନ୍ଦର ଭଂଜ ଏବଂ ଲଳିତ ନାୟକଙ୍କ ପୁତୁରା ବୁବୁନ୍‌ ଲଳିତ ଦା’ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ପାଇଁ କେଆର୍‌ ହସ୍‌ପିଟାଲ୍‌ ଯାଇଥିଲେ । ତେବେ ବୁବୁନ୍‌ ପିପିଇ କିଟ୍‌ ପିନ୍ଧି ହସ୍‌ପିଟାଲ୍‌ ଭିତରକୁ ଯାଇ ଲଳିତ ନାୟକଙ୍କୁ ଭେଟିଥିଲେ । ତେବେ ସମାଜସେବୀ ଲଳିତ ନାୟକ ନିଜ ପୁତୁରା ବୁବୁନ୍‌କୁ କହିଥିଲେ, ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି । ଆଉ ଦୁଇ ଦିନ ପରେ ମତେ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରିବାକୁ ଡାକ୍ତରମାନେ କହୁଛନ୍ତି । କେବଳ ହାଇଡ୍ରୋସିଲ୍‌ ପାଇଁ ଟିକେ ଅନ୍‌ଇଜି ଫିଲ୍‌ କରୁଛି ବୋଲି ସେ କହିଥିଲେ । ତେବେ ସାମଗ୍ରିକ ଭାବେ ଲଳିତ ନାୟକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବା ଜଣାପଡ଼ିଛି । ଏହି ଖବର ପାଇ ତାଙ୍କ ଶୁଭେଚ୍ଛୁମାନଙ୍କ ମହଲରେ ଉତ୍ସାହ ଦେଖାଦେଇଛି ।

Leave A Reply

Your email address will not be published.