କର୍ଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଳକି ପଞ୍ଚାୟତ କର୍ଲା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଛବି ବାଗ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀମନ୍ତ କୁମାର ନାୟକ ଛାତ୍ରଛାତ୍ରୀମାନଙ୍କୁ ଖେଳ ସମ୍ବନ୍ଧରେ ଉଦବୋଧନ ଦେଇଥିଲେ । ଏହି ଉତ୍ସବ ଆୟୋଜନରେ ଶିକ୍ଷକ ଉମେଶ ମାଝି, ମିଲନ ମହାପାତ୍ର, ସୁଧାଂଶୁ ମିଶ୍ର, ଗୋବିନ୍ଦ ବଗର୍ତ୍ତି, ପ୍ରସନ୍ନ ସେଠ୍, ଦିବ୍ୟକାନ୍ତି ଭୋଇ, ହେମନ୍ତ ଛତ୍ରିଆ ଓ ସୁଜିତ୍ ମନହୀରା ପ୍ରମୁଖ ସହଯୋଗ କରିଥିଲେ । ଏଥିରେ ବିଭିନ୍ନ ବିଭାଗରେ ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ପୁରସ୍କୃତ ହୋଇଥିଲେ ।

Leave A Reply

Your email address will not be published.

error: Content is protected !!