କୋଶଳ କଳାମଣ୍ଡଳ ପଡିଆରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟାଳୟସ୍ଥିତ କୋଶଳ କଳାମଣ୍ଡଳ ପଡିଆରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍‌ଯାପିତ ହୋଇଛି । ଜିଲ୍ଲାପାଳ ଚଞ୍ଚଳ ରାଣା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁବାସ ବେହେରା, ଉଦ୍ୟାନ କୃଷି ବିଭାଗର ଉପ ନିର୍ଦ୍ଦେଶକ ଡ଼ଃ ପ୍ରଫୁଲ କୁମାର ଭଞ୍ଜ, କୃଷି ବିଭାଗ ନିର୍ବାହୀ ଯନ୍ତ୍ରୀ ଲାସା ମୁର୍ମୁ ମଞ୍ଚାସୀନ ଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁବାସ ବେହେରା ନିଜ ଅଭିଭାଷଣରେ ସାଧାରଣ ବର୍ଗ ପୁରୁଷ ଚାଷୀମାନଙ୍କୁ ୪୦ ପ୍ରତିଶତ ରିହାତି ଏବଂ ମହିଳା ତଥା ଅନ୍ୟ ସମସ୍ତ ବର୍ଗ ପାଇଁ ୫୦ପ୍ରତିଶତର ରିହାତି ତଥା ସ୍ୱୟ ସହାୟକ ଗୋଷ୍ଠୀ ମହିଳାମାଙ୍କୁ ୭୫ପ୍ରତିଶତ ରିହାତି ସୁବିଧା ସରକାରଙ୍କ ତରଫରୁ କରାଯାଇଛି ବୋଲି କହିଥିଲେ । ପୂର୍ବ ବର୍ଷ ଗୁଡିକରେ ୨୨ କୋଟି ଟଙ୍କାର ବେପାର ହେଇଥିବା ବେଳେ ଏବର୍ଷ ୪୫ କୋଟି ଟଙ୍କା ବେପାର ହୋଇଛି । ତେବେ ଏହାପରେ ସେମାନଙ୍କ ମେସିନ ଚାଳନା ତଥା ପାର୍ଟ କିଣାବିକା ସମ୍ଭନ୍ଧିୟ କର୍ମଶାଳା କରାଯିବାକୁ ନିଷ୍ପତି ନିଆଯାଇଥିବା କଥା ଜଣାଇଥିଲେ । ଜିଲ୍ଲାପାଳ ଏହି ମେଳା ଦ୍ଵାରା ୧୪.୫ କୋଟି ଟଙ୍କାର ସବସିଡି ମିଳିଥିବା ଜଣାଇବା ସହ ଏହା ଦ୍ଵାରା ସାଧାରଣ ଚାଷୀ ଲାଭାନ୍ଵିତ ହେବେ ବୋଲି କହିଥିଲେ । କାଳିଆ ଯୋଜନା, ମିଲେଟ ତଥା ଚାଷ ବୀମା ଦ୍ଵାରା ଚାଷୀଙ୍କ ସୁବିଧା ହେଉଛି । ତେବେ ଲୋୟର ସୁକତେଲ ହେବ ଦ୍ଵାରା ଜଳ ସେଚିତ ଜମି ପରିମାଣ ବଢିବା ଦ୍ୱାରା ଚାଷୀମାନେ ଅଧିକ ବ୍ୟବସାୟକ ଚାଷ କରିବା ସହ ରୋଜଗାର ବଢେଇପାରିବେ । ଅଧିକ ଜମି ଚାଷ ହେବା ସହ ଯନ୍ତ୍ରପାତିର ବହୁଳ ବ୍ୟବହାର ହେବ । ଯାହା ଏହି ମେଳା ମାଧ୍ୟମରେ ଚାଷୀଙ୍କ ପାଇଁ ଗୋଟେ ଜାଗାରେ ସମସ୍ତ ଯନ୍ତ୍ରପାତି ଉପଲବ୍ଧ । ଅଧିକ ଯନ୍ତ୍ରପାତି ବିକ୍ରି ଦ୍ୱାରା ଆଇଟିଆଇ, ପୋଲିଟେକ୍ନିକ ଛାତ୍ର ମଧ୍ୟ ଚାକିରି ପାଇବେ । ଏଥିପାଇଁ ଆସନ୍ତା ବର୍ଷରେ ବ୍ୟାଙ୍କମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରିବାକୁ କହିଥିଲେ । ଏଥିରେ ୯ଜଣ ଚାଷୀଙ୍କୁ ଟ୍ରାକ୍ଟର ବିକ୍ରି ପାଇଁ ଜିଲ୍ଲାପାଳ ଚାବି ଦେଇ ସମର୍ଦ୍ଧନ କରିଥିଲେ । ସେହିଭଳି ବିଭିନ୍ନ ଚାଷୀମାନଙ୍କୁ ସମର୍ଦ୍ଧନା କରାଯାଇଥିଲା । ଏହି ମେଳାରେ କୃଷି ଓ କୃଷକର ବିକାଶ ସହ କମ ସମୟରେ ଅଧିକ ଅମଳ ନିମନ୍ତେ ଅତ୍ୟାଧୁନିକ ଜ୍ଞାନକୌଶଳ ଶୈଳୀରେ ତିଆରି ହୋଇଥିବା ଏବଂ ଉନ୍ନତମାନର ଯନ୍ତ୍ରପାତି ଗୁଡିକ ପ୍ରଦର୍ଶିତ ହୋଇଛି । ଏହି ମେଳା ମାଧ୍ୟମରେ ଚାଷୀମାନେ କିପରି ଅଧିକ ଉତ୍ପାଦନ ଏହି ଯନ୍ତ୍ରପାତି ଦ୍ଵାରା କରିପାରିବେ ସେ ସମ୍ପର୍କରେ କୃଷି ସମ୍ବନ୍ଧୀୟ କର୍ମଶାଳା, କୃଷି ଯନ୍ତ୍ରପାତିର ରିହାତି ଦରରେ ବିକ୍ରି ଓ ପ୍ରଦର୍ଶନ ୫ ଦିନ ଧରି ଅନୁଷ୍ଠିତ ହେଇଥିଲା ।

Leave A Reply

Your email address will not be published.