oom

କୋଇଲା ବୋଝେଇ ଟ୍ରକ ପିଟିଲା ବୋଲେରୋକୁ

jsmm

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଗତକାଲି ରାତି ପ୍ରାୟ ୮:୪୫ ସମୟ ରେ ଏକ କୋଇଲା ବୋଝେଇ ଟ୍ରକ (CG 12 AZ 1113) ଟିଟିଲାଗଡ ମଧ୍ୟ ଦେଇ ଯାଉଥିବା ସମୟରେ ରେଳୱେ ଫାଟକ ନିକଟରେ ଏକ ବୋଲେରୋ ଗାଡ଼ି (OD 03 Q 0495) କୁ ଧକ୍କା ଦେଇ ଫେରାର ମାରିଥିବା ସମୟରେ ସାଧାରଣ ଲୋକଙ୍କ ଦ୍ୱାରା ହାଟପଦା ରାସ୍ତା ପାଖରେ ଧାରାପଡ଼ିଛି। ବୋଲେରୋ ମାଲିକ୍ ସୁଶିଲ କୁମାର ସାହୁ ବୋଲି ଜଣାପଡିଛି। ଡ୍ରାଇଭର ବବୁଲୁ ବାଗ ସହ ଆଉ ଦୁଇ ଜଣ ବଙ୍ଗୋମୁଣ୍ଡା ବ୍ଲକ୍ ଦେଢ଼ଗାଁ ଠାରୁ ଟିଟିଲାଗଡ ଆସୁଥିଲେ । ସେହି ସମୟରେ ଏକ କୋଇଲା ବୋଝେଇ ଟ୍ରକ ବିଶାଖାପାଟଣାରୁ କୋରବା ଯାଉଥିବା ସମୟରେ ଫାଟକ ପାଖରେ ଛିଡ଼ା ହୋଇ ଥିବା ବୋଲେରୋକୁ ଧକ୍କା ମାରିଛି । ସୂଚନା ଅନୁସାରେ ଏହି ଟ୍ରକ୍ କିଛି ସମୟ ପୂର୍ବରୁ ଆଉ ଏକ ସ୍କୁଟିକୁ ମଧ୍ୟ ଧକ୍କା ଦେଇ ଫେରାର ହେବା ପାଇଁ ଚେଷ୍ଟା କରିଥିଲା । ଟ୍ରକ୍ ଡ୍ରାଇଭର ବହୁତ୍ ମାତ୍ରରେ ମଦ୍ୟପାନ କରିଥିବା ଜଣାପଡ଼ିଛି । ନିଶାସକ୍ତ ଡ୍ରାଇଭର ଭାରସାମ୍ୟ ହରାଇ ଓ ଅତ୍ୟନ୍ତ ଦ୍ରୁତ ବେଗ ଥିବା ଯୋଗୁଁ ଏହି ପରି ଘଟଣା ଘଟିଥିବା ଜଣାପଡିଛି । ସ୍ଥାନୀୟ ଲୋକେ ଟ୍ରକ୍ ଡ୍ରାଇଭରକୁ ଆୟତ୍ତ କରି ପୋଲିସ ଷ୍ଟେସନକୁ ନେଇ ଯାଇଥିବା ବେଳେ ବୋଲେରୋ ଡ୍ରାଇଭର ଏକ ଏଫଆଇଆର ଦର୍ଜ କରିଥିବା ଜଣା ପଡିଛି । ଟିଟିଲାଗଡ ପୋଲିସ ଏସ ଆଇ ମନୋଜ ମୁଣ୍ଡ ସଦଳବଳ ପହଞ୍ଚି ଟ୍ରକକୁ ପୋଲିସ ଷ୍ଟେସନକୁ ନେଇ ଯାଇଛନ୍ତି।

jittmm
Leave A Reply

Your email address will not be published.