
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ସଚେତନ ନାଗରିକ ମଂଚ ୱାର୍ଡ ନ.୭ ଆନୁକୁଲ୍ୟରେ ବଲାଙ୍ଗିର ସହରର ବିଭିନ୍ନ ଝୁମ୍ପୁଡି ବସ୍ତିମାନଙ୍କରେ କରୋନା ରୋଗ ଉପରେ ସଚେତନତା କାର୍ଯ୍ୟାରମ୍ଭ ଅନୁଷ୍ଠିତ ହୋଇଯାଇଛି । ଯୁବ ନେତା ଲୋଟସ ଷଡଙ୍ଗୀଙ୍କ ଆବାହକତ୍ୱରେ ପ୍ରଥମେ ୱାର୍ଡ ନ.୭ ବିଭୂତିପଡାଠାରେ ସ୍ଥାନୀୟ ମହିଳା ଏବଂ ପୁରୁଷମାନଙ୍କୁ କରୋନା ରୋଗକୁ ପ୍ରତିହତ କରିବା ପାଇଁ ସଚେନତା ଶିବିର ଆୟୋଜନ କରାଯାଇଛି । ଏହି ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦାନ କରି ଲୋଟସ କହିଛନ୍ତି ଯେ, ଜନସାଧାରଣ ସଚେତନ ହେଲେ କରୋନା ରୋଗକୁ ରୋକା ଯାଇ ପାରିବ । ଏଥିପାଇଁ ସେମାନେ ବିହିତ ସଚେତନ ହେବା ଉଚିତ ଏବଂ ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ଏକାନ୍ତ ଆବଶ୍ୟକ ବୋଲି ଲୋଟସ ମତବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମଂଚ ତରଫରୁ ଡାକ୍ତର ରାମଜୀ ଠାକୁର ଜନସାଧାରଣଙ୍କୁ ଏହି ରୋଗର ଭୟାବହତା ବିଷୟରେ କହି ଏହାର ନିରାକରଣ ପାଇଁ କେଉଁସବୁ ଉପାୟ ଅବଲମ୍ବନ କରିବା ଉଚିତ ସେ ବିଷୟରେ ଦୃଷ୍ଟି ଆକର୍ଷଣ କରିଛନ୍ତି । ଯୋଗ ଗୁରୁ ପ୍ରଦୀପ ବାବୁ ଯୋଗାସନ ଦ୍ୱାରା ଶରୀରକୁ ସୁସ୍ଥ ଏବଂ ସବଳ କରାଯାଇ ପାରିବ ବୋଲି ମତବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଶାନ୍ତନୁ ମିଶ୍ର, ପ୍ରଭାକର ମିଶ୍ର, ହରିଶଙ୍କର ମିଶ୍ର, ବିଭୁଦତ୍ତ ଗୁରୁ, ଦିଲିପ ସ୍ୱାଇଁ, ଭାଷ୍କର ବେହେରା, ବେଲାର ଥପା, ସରୋଜ ମହାନ୍ତି, ଯଦୁ ମେହର, ହାଡୁ ସ୍ୱାଇଁ, ଜଗନ୍ନାଥ ମିଶ୍ର, ପୃଥ୍ୱୀରାଜ ବରାଡ, ସନତ ତ୍ରିପାଠୀ, ଟିକୁ ପରିଛା, ବୁଲୁ ପାତ୍ର, ସରୋଜ ସାହୁ, ରାଜୁ ହସାହୁ, ସନ୍ତୋଷ ପାଢୀ, ଶିଶିର ବେହେରା, ପ୍ରତ୍ୟୁଷ ଯୋଷୀ, ତିଳ ବରାଡ, ଅରୁଣା ମେହେର, ଶାନ୍ତି ସ୍ୱାଇଁ, ଅଙ୍ଗନବାଡି କର୍ମୀ ମୀନା ବଗର୍ତି, ସୁଶିଳ ସ୍ୱାଇଁ, ସସ୍ମିତା ବେହେରା, ନେପାଳ ବରାଡ, ନିରୁପମା ବାରିକ ମଂଚ ପରିଚାଳନାରେ ସକ୍ରିୟ ଭାବରେ ଅଂଶ ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ବ୍ୟାପକ କରିବା ପାଇଁ ସଚେତନ ନାଗରିକ ମଂଚର ଅଧ୍ୟକ୍ଷ ଲୋଟସ ଷଡଙ୍ଗୀ ପ୍ରକାଶ କରିଛନ୍ତି । ମଂଚ ତରଫରୁ ଜନସାଧାରଣଙ୍କୁ ମାଗଣା ମାସ୍କ୍ ଏବଂ ସାନିଟାଇଜର୍ ବଣ୍ଟନ କରାଯାଇଥିଲା । ଏହି ପ୍ରୟାସକୁ ବିଭୂତିପଡା ତରଫରୁ ଏକ ପ୍ରଶଂସନୀୟ କାର୍ଯ୍ୟ ବୋଲି ଦର୍ଶାଯାଇଛି ।