ବୃକ୍ଷରୋପଣ ଘେରାବନ୍ଦୀ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଭାଇ ସନ୍ତୋଷ କୁମାରଙ୍କ ତତ୍ୱାବଧାନରେ ଛିନ୍ଦେଇକେଲା ଗ୍ରାମରେ ଶ୍ରୀ ସାଇ ଧ୍ୟାନ ବୃକ୍ଷ ବିଧି ବିଧାନ ପୂର୍ବକ ରୋପଣ ଓ ଘେରାବନ୍ଦୀ କାର୍ଯ୍ୟ ସମାହିତ ହୋଇଯାଇଛି । ଏତତ୍ ସଙ୍ଗେ ସଙ୍ଗେ ବିଭିନ୍ନ ସ୍ଥାନରେ ରୋପିତ ଶ୍ରୀ ସାଇ ଧ୍ୟାନ ବୃକ୍ଷ ଉନ୍ନତ ଅବସ୍ଥାରେ ଅଛନ୍ତି । ଏଥିରେ ପ୍ରାୟ ୧୦୦ରୁ ଉର୍ଦ୍ଧ ଗ୍ରାମବାସୀମାନେ ଯୋଗଦାନ କରିଥିଲେ । ଅପରାହ୍ନ ୩ଟାରୁ ଗ୍ରାମ ପରିକ୍ରମା କରାଯାଇ ୫ ଟା ରେ ବୃକ୍ଷରୋପଣ କରାଯାଇଥିଲା । ଆବାହକ ଜତିନ ସାହୁ, ପତିତପାବନ ସାହୁ, ସୁରଥ ସାହୁ, ଶେଖର ସେଠ, ଶ୍ୟାମ ସାହୁ, ନିରୋଜ ସାହୁ, ହେମସାଗର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । କର୍ତ୍ତା ଭାବରେ ଜନକରାମ ସାହୁ ଏବଂ ଲାଇବନି ସାହୁ ଯୋଗଦାନ କରିଥିଲେ। ପଣ୍ଡିତ ସୁବାଷ ପାଢ଼ୀ ପୂଜା‌ର୍ଚ୍ଚନା କରିଥିଲେ ।

Leave A Reply

Your email address will not be published.