ଏଚଆଇଭି ଓ ସିଫଲିସ୍ ପରୀକ୍ଷା କାର୍ଯ୍ୟକ୍ରମ ଉନ୍ମୋଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାରଙ୍କ ପକ୍ଷରୁ ସାରା ରାଜ୍ୟରେ ମା ଓ ଶିଶୁ ମୃତ୍ୟୁହାର ରୋକିବା ପାଇଁ ଅନେକ ଗୁଡିଏ କାର୍ଯ୍ୟକ୍ରମ ସମସ୍ତ ଜିଲ୍ଲା ସହର ଠୁ ଆରମ୍ଭ କରି ଗ୍ରାମାଂଚଳ ମାନଙ୍କୁ ଯୋଗାଇ ଦିଆଯାଇଛି l ତନ୍ ମଧ୍ୟରୁ ଆଜି ତା.୧୫.୧୨.୨୦୨୦ ମଙ୍ଗଳବାର ଦିନ ସାରା ରାଜ୍ୟର ଗ୍ରାମାଂଚଳ ମାନଙ୍କରେ ମମତା ଦିବସ ଅବସରରେ ଏଚଆଇଭି ଓ ସିଫଲିସ ଭଳି ମାରାତ୍ମକ ରୋଗ ଚିହ୍ନଟ ପରିପ୍ରେକ୍ଷୀରେ ପରୀକ୍ଷା ନିରୀକ୍ଷା ସକାଶେ ଗର୍ଭବତୀ ମା ମାନଙ୍କ ପାଇଁ ଏକ ନୂତନ ପ୍ରୟାସ ହାତକୁ ନେଇଛନ୍ତି l ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ପାହାଡ ପର୍ବତ ଘେରା ଅଂଚଳରେ ଥିବା ସର୍ବ ପୁରାତନ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱlସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ସମସ୍ତ ୧୬ଟି ଉପକେନ୍ଦ୍ରରେ ମମତା ଦିବସରେ ଗର୍ଭବତୀ ମା ମାନଙ୍କ ପାଇଁ ଉଦ୍ଧିଷ୍ଟ ମାଗଣା ସ୍ୱlସ୍ଥ୍ୟସେବା ମଧ୍ୟରେ ଆଜି ଠାରୁ ସମସ୍ତ ମମତା ଦିବସରେ ଏଚ୍ଆଇଭି ଓ ସିଫଲିସ ପରୀକ୍ଷା ମାଗଣା କିଟରେ କରାଯିବ ବୋଲି କାର୍ଯ୍ୟରତ ପିଏଚଇଓ ତୁଷ କୁମାର ଚନ୍ଦ୍ରକାରଙ୍କ ଠାରୁ ପ୍ରକାଶ l ଆଜି ବୁକୁରାମୁଣ୍ଡା ସ୍ଥିତ ଅଂଗନୱଡି ସ୍କୁଲ (ଖ) ଠାରେ କଲସ ଜାଗର ଦୀପ ଜଳାଇ ପୂଜାଅର୍ଚ୍ଚନା ପରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ସ୍ୱlସ୍ଥ୍ୟକେନ୍ଦ୍ରର ମହିଳା ପରିଦର୍ଶିକା ଶ୍ରୀମତୀ ମେରିୟମ କୁଲୁ, ସମ୍ମାନିତ ଅତିଥି ଭାବେ ସୁପରଭାଇଜର ରବିନ୍ଦ୍ର ମୋହନ ଦାସ ଯୋଗଦେଇ ଏଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଏ ପରିପ୍ରେକ୍ଷୀରେ ଉପସ୍ଥିତ ଥିବା ମା ମାନଙ୍କୁ ଅତିଥି ଶ୍ରୀ ଦାସ ତାଙ୍କ ମନ୍ତବ୍ୟରେ ସଂକ୍ଷିପ୍ତରେ କହିଲେ ଯେ ରାଜ୍ୟରେ କୈlଣସି ଶିଶୁ ଏଚ୍.ଆଇ.ଭି ସଂକ୍ରମିତ ହୋଇ ଜନ୍ମିତ ନହେବା,କୌଣସି ଶିଶୁ ଏଚ୍.ଆଇ.ଭି ଓ ସିଫଲିସ୍ ଯୋଗୁଁ ମୃତ୍ୟୁ ମୁଖର ସମ୍ମୁଖୀନ ନ ହେବା, ନବଜାତ ଶିଶୁ ବିକଳାଙ୍ଗ ଅବସ୍ଥା ରେ ଜନ୍ମ ଗ୍ରହଣ ନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଅଟେ ଏଣୁ ଆପଣ ମାନେ ତାର ସମ୍ପୂର୍ଣ୍ଣ ଭାବେ ଫାଇଦା ନେବାକୁ ଅନୁରୋଧ କରିଥିଲେ ।ବୁକୁରାମୁଣ୍ଡା ଉପକେନ୍ଦ୍ରର କାର୍ଯ଼୍ୟରତ ମହିଳା ସ୍ୱlସ୍ଥ୍ୟକର୍ମୀ ଶ୍ରୀମତୀ କବିତାଂଜଳି ଦାଶ ଗର୍ଭବତୀ ମାନଙ୍କ ପାଇଁ ମାଗଣାରେ ଆସିଥିବା ଏଚ୍.ଆଇ.ଭି କିଟ ରେ ଜଣେ ପରେ ଜଣେ ମାଁ ମାନଙ୍କ ରକ୍ତନିରୋଜ କୁମାର ପାଣୀ ନମୁନା ସଂଗ୍ରହ କରି ପରୀକ୍ଷା ନିରିକ୍ଷା ଆରମ୍ଭ ସମେତ ମମତା ଦିବସ ରେ ନିତି କରୁଥିବା ପରୀକ୍ଷା କରିଥିବା ବ୍ଲଡ ପ୍ରେସର, ହିମୋଗ୍ଲୋବିନ, ଓଜନ ସମେତ ମାଗଣା ରେ ଆସୁଥିବା ଫଲିଫର୍ ବଟିକା ପ୍ରଦାନ କରାଯାଇଛି l ଅନ୍ୟମାନଙ୍କ ମଧ୍ୟରେ ଆଶା କର୍ମୀ ଶ୍ରୀମତି ପଦ୍ମା ବିଶ୍ୱlଳ, ପାଚକ ସହାୟିକା ଶ୍ରୀମତି କଳ୍ପନା ବରିହା ପ୍ରମୁଖ ଉପସ୍ଥିତ ଥିଲେ l ରାଜ୍ୟ ସରକାରଙ୍କ ଏ ଭଳି ସୁନ୍ଦର କାର୍ଯ୍ୟକ୍ରମକୁ ବୁଦ୍ଧିଜିବୀ ମହଲ ରେ ପ୍ରଶଂସା କରାଯାଉଛି l

Leave A Reply

Your email address will not be published.