କୋରନାର ଦ୍ୱିତୀୟ ଲହର : ଡାକବାଜି ଯନ୍ତ୍ର ମାଧ୍ୟମରେ ସତର୍କତା ଓ ସୁରକ୍ଷାର ବାର୍ତ୍ତା ଦେକ୍ଷଗ ଗଞ୍ଜାମ ପୋଲିସ ପ୍ରଶାସନ

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ଛତ୍ରପୁର ସହରରେ ଗଞ୍ଜାମ ପୋଲିସ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଜନସାଧାରଣଙ୍କୁ କୋରନାର ଦ୍ୱିତୀୟ ଲହର ସମ୍ପର୍କରେ ସଚେତନତାର ବାର୍ତ୍ତା ଦେଇଛନ୍ତି । ବୁଧବାର ସନ୍ଧ୍ୟାରେ କୋରନାର ଦ୍ୱିତୀୟ ଲହର ସମ୍ପର୍କରେ ପୁନଃର୍ବାର ପ୍ରଚାର ଆରମ୍ଭ ଓ ପଦକ୍ଷେପ ଗଞ୍ଜାମ ପୋଲିସ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଯାଇଛି । ସଦା ସର୍ବଦା ମାସ୍କ ପରିଧାନ, ସାମାଜିକ ଦୂରତା ପାଳନ ସହ ସାନିଟାଇଜର ବ୍ୟବହାର, ସତ୍ତ୍ୱେ ସମସ୍ତେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପଞ୍ଚସୂତ୍ରର ନିୟମ ପାଳନ କରିବାକୁ କୁହାଯାଇଛି । ସତର୍କତାର ଅବଲମ୍ବନ କରି ନିଜକୁ ଓ ନିଜ ପରିବାରଙ୍କୁ ସୁରକ୍ଷିତ ରଖିବାରେ ସହାୟକ ହୁଅନ୍ତୁ । ସମାଜକୁ ଶୃଙ୍ଖଳିତ କରିବାରେ ସାହାଯ୍ୟ ଓ ସହଯୋଗ କରନ୍ତୁ । କୋରନା ମହାମାରୀ ଦାଉରୁ ମୁକାବିଲା କ୍ଷେତ୍ରରେ ନିଜକୁ ସୁରକ୍ଷିତ ରଖିବା ସହ ଅନ୍ୟଙ୍କୁ ସହାୟ ହୁଅନ୍ତୁ ବୋଲି ଗଞ୍ଜାମ ପୋଲିସ ପ୍ରଶାସନ ପକ୍ଷରୁ ଶୋଭାଯାତ୍ରା ସହ ଡାକବାଜି ଯନ୍ତ୍ର ମାଧ୍ୟମରେ ସତର୍କତା ର ଅବଲମ୍ବନ ଓ ସୁରକ୍ଷିତ ରହିବା ପାଇଁ ବାର୍ତ୍ତା ଦିଆଯାଇଛି ।

ଆରମ୍ଭ ହୋଇଯାଇଛି ଆଜିଠାରୁ ଜୋର୍‌ସୋର୍ ଫାଇନ କଲେକ୍‌ସନ । ହେଲମେଟ ସହ ମାସ୍କ ପରିଧାନ ନ କରିଥିଲେ, ୫ ଶହ ଟଙ୍କା ଫାଇନ ଆଦାୟ କରାଯିବାର ଆଜିଠାରୁ ଛତ୍ରପୁରରେ ଆରମ୍ଭ କଲେ ଗଞ୍ଜାମ ପୋଲିସ ।

Leave A Reply

Your email address will not be published.