jayashree

ରାଜ୍ୟ ଜୀବେ ନିଷ୍ଠୁରତା ନିରୋଧ ସମିତିର ସଚେତନତା କର୍ମଶାଳା

ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ଆଜି ପୂର୍ବାହ୍ନ ୧୦ଟା ସମୟରେ ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ, ଅନୁଗୁଳଙ୍କ ପରିସରରେ ଜୀବଜନ୍ତୁଙ୍କ ଉପରେ ନିଷ୍ଠୁରତା ଓ ଅତ୍ୟାଚାର ପ୍ରଦର୍ଶନ କଲେ କିଭଳି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଜନସାଧାରଣଙ୍କୁ ଜୀବଜନ୍ତୁ ନିଷ୍ଠୁରତା ନିରାକରଣ ଆଇନ୍ ୧୯୬୦କୁ ନେଇ କିଭଳି ଭାବେ ସଚେତନ କରାଯିବ ଏହି ବିଷୟବସ୍ତୁ ନେଇ ରାଜ୍ୟ ଜୀବେ ନିଷ୍ଠୁରତା ନିରୋଧ ସମିତି, ପ୍ରାଣୀ ପାଳନ ଓ ପ୍ରାଣୀଚିକିତ୍ସା ବିଭାଗ, ଅନୁଗୁଳ ପକ୍ଷରୁ ଜିଲ୍ଲା ସହକାରୀ ପଶୁଚିକିତ୍ସକ ପ୍ରତାପ ପଟ୍ଟନାୟକଙ୍କ ତତ୍ୱବଧାନରେ ସ୍ଥାନୀୟ, ପ୍ରଶାସନ, ପୋଲିସ ବିଭାଗ, ମ୍ୟୁନିସିପାଲଟି, ଶିକ୍ଷାନୁଷ୍ଠାନ, ସ୍ୱେଛାସେବୀ ଅନୁଷ୍ଠାନ ପ୍ରତନିଧି ଏବଂ ପଶୁପ୍ରେମୀ ମାନଙ୍କୁ ନେଇ ଏକ ପ୍ରାକ୍ ଆଲୋଚନାଚକ୍ର ଏବଂ ଆଗାମୀ ଦିନ ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ ହୋଇଥିବା ଖବର ଆମର ହସ୍ତଗତ ହୋଇଛି । ବୁଲାକୁକୁର, ଗାଇ ବାଛୁରୀଙ୍କ ଉପଚାର, ରାଜ୍ୟ ସରକାରଙ୍କ ଏ ବାବଦରେ ଆମ୍ଭୁଲେନ୍ସ ସେବା, ଉପଚାର ଗୃହ, ଗୋଶାଳା ଆଦି ଉପରେ ସରକାର କିଭଳି ଏହି ଜୀବଙ୍କ ଜୀବନ ପ୍ରତି ସଂବେଦନଶୀଳ ହୋଇ ବିଭିନ୍ନ ପଦେକ୍ଷପ ନେଇଛନ୍ତି ଏହା ଉପରେ ପଶୁ ଚିକିତ୍ସକ ଶ୍ରୀ ପଟ୍ଟନାଏକ ଏକ ବିସୃତ ବିବରଣୀ ପରିବେଷଣ କରିବା ସହ ଏହି ମହତ କାମରେ ଜନସାଧାରଣ କିପରି ସହଯୋଗ କରି ପାରିବେ ଏବଂ ନିଜ ନିଜ ଅଞ୍ଚଳର ଜୀବଜନ୍ତୁଙ୍କ ସୁରକ୍ଷା ସହ ପରିବେଶର ସନ୍ତୁଳନ ଓ ପରିଷ୍କାର ରଖିବାରେ ସରକାରଙ୍କ ସହାୟତା କରିପାରିବେ ସେନେଇ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହି ସଚେତନନା ଶିବିରରେ ସ୍ଥାନୀୟ ଏ.ଡି.ଏମ୍. ଅନୁଗୁଳ, ରଜନୀକାନ୍ତ ସ୍ୱାଇଁ ସଭପତିତ୍ବ କରିଥିବା ସମୟରେ ଅନୁଗୁଳ ବ୍ଲକର ସମସ୍ତ ପଶୁ ଚିକିତ୍ସକ ଯୋଗଦାନ କରିଥିଲେ ।

Leave A Reply

Your email address will not be published.