oom

ବଲାଙ୍ଗିର ଜିଲ୍ଲା ଅବସରପ୍ରାପ୍ତ ସୈନିକ ସଂଘ ପାଳନ କଲା ୨୨ତମ କାର୍‌ଗିଲ୍‌ ବିଜୟ ଦିବସ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅବସରପ୍ରାପ୍ତ ସୈନିକ ସଂଘ ଆଜି ସ୍ଥାନୀୟ ଲାଲଟିକ୍ରା ସ୍ଥିତ କାର୍ଯ୍ୟାଳୟ ପରିସରରେ ୨୨ତମ କାର୍‌ଗିଲ୍‌ ବିଜୟ ଦିବସ ପାଳନ କରିଛି । ଏହି ଅବସରରେ ବଲାଙ୍ଗିର ମାଟିର ସହିଦ ଥବିର ବୁଡେକ, ସହିଦ ସୁମନ୍ତ ପଧାନ, ସହିଦ କିଶୋର ମଲ୍ଲିକ, ସହିଦ ସମୀର ଜାଲ, ସହିଦ ହେମନ୍ତ ନାଏକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିବା ବେଳେ ସହିଦ ସ୍ତମ୍ଭରେ ପ୍ରଦୀପ ପ୍ରଜ୍ୱଳନ କରି ଶ୍ରଦ୍ଧାଂଜଳି ପ୍ରଦାନ କରାଯାଇଛି । ଅବସରପ୍ରାପ୍ତ ସୈନିକ ସଂଘର ସଂପାଦକ ପ୍ରତାପ ଚନ୍ଦ୍ର ରଥଙ୍କ ଆହ୍ୱାନ କ୍ରମେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଉପଜିଲ୍ଲାପାଳ ଲମ୍ବୋଦର ଧରୁଆ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଏସ୍‌ଡିପିଓ ତୋଫାନ ବାଗ, ଆଇଆଇସି (ସଦର) ଶ୍ରୀକାନ୍ତ ସାହୁ, ‘କୋଶଳ ପ୍ରବାହ’ର ସଂପାଦକ ଆନଂଦ ଚଂଦ୍ର ସାହୁ, ‘ପ୍ରମେୟ’ର ପଶ୍ଚିମାଂଚଳ ମୁଖ୍ୟ ଅଖିଳ ଚନ୍ଦ୍ର ହୋତା, ବଲାଙ୍ଗିର ପ୍ରାଥମିକ ଶିକ୍ଷକ ସଂଘର ସଂପାଦକ ପ୍ରଦୀପ କୁମାର ଖମାରୀ ଯୋଗ ଦେଇଥିଲେ । ସଂଘର ସଭାପତି ବିଭୂତି ଭୂଷଣ ପାଣିଗ୍ରାହୀ ସଭା ପରିଚାଳନା କରିଥିଲେ । କାର୍‌ଗିଲ୍‌ ବିଜୟ ଦିବସ ପାଳନ ଅବସରରେ ସଇଁନ୍ତଲା ବ୍ଲକ ଅନ୍ତର୍ଗତ କୁଷ୍ଟାପାଲି ନିବାସୀ ସହିଦ ଥବିର ବୁଡେକଙ୍କ ଧର୍ମପତ୍ନୀ ରୀନା ବୁଡେ଼କ ଓ ଲୋଇସିଂହା ବ୍ଲକ ଅନ୍ତର୍ଗତ ତେନ୍ତୁଲିଗାଁ ନିବାସୀ ସହିଦ ସୁମନ୍ତ ପଧାନଙ୍କ ଧର୍ମପତ୍ନୀ ସୌଦାମିନୀ ପଧାନଙ୍କୁ ସମ୍ମାନିତ କରାଯାଇଥିଲା । ସେହିଭଳି ସମ୍ବାଦ ପରିବେଷଣ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଓଟିଭି ପଶ୍ଚିମ ଓଡ଼ିଶା ମୁଖ୍ୟ ଯୁବ ସାମ୍ବାଦିକ ମନରଂଜନ ଯୋଷୀ, ଜିଲ୍ଲା ସାମ୍ବାଦିକ ଘଟେଶ୍ୱର ମିଶ୍ର ଓ କ୍ୟାମେରା ମେନ୍‌ କରୁଣାକର ପଧାନଙ୍କୁ ସମ୍ମାନିତ କରାଯାଇଥିବା ବେଳେ ପରିବେଶ ଡା. ଗିରିଜା ଶଙ୍କର ଉଦ୍‌ଗାତା, ସୁରକ୍ଷା କର୍ମୀ ଗୋପାଳ ଚନ୍ଦ୍ର ହୋତା, ପୂର୍ବତନ ପୌରାଧ୍ୟକ୍ଷା ସନ୍ତୋଷିନୀ ବେହେରା, ପୂର୍ବତନ ପୌରାଧ୍ୟକ୍ଷା ଦମୟନ୍ତୀ ବାଗ, ନାରୀନେତ୍ରୀ ନିରୁପମା ଉଦ୍‌ଗାତା ଶତପଥୀ, ସବୁଜ ଶକ୍ତି ନିର୍ମାଣ ନିର୍ଦ୍ଦେଶକ ସାୟଦ୍‌ ଅବ୍‌ତାବ୍‌ ହୁସେନ୍‌, ପୂର୍ବତନ କାଉନ୍‌ସିଲର୍‌ ସରିତା ଦାଶ, ପୂର୍ବତନ କାଉନ୍‌ସିଲର୍‌ ଜିତେନ୍ଦ୍ର କୁମାର ମିଶ୍ର, ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ୍‌ର ମୁଖ୍ୟ ସୋମନାଥ ମିଶ୍ର, ସ୍ମାଇଲ୍‌ ଫର୍‌ ଅଲ୍‌, ନାରୀ ଶକ୍ତି ଫାଉଣ୍ଡେସନ, ବଲାଙ୍ଗିର ଏକ୍ସନ କମିଟିଙ୍କୁ ମଧ୍ୟ ବିଶେଷ ଅବଦାନ ଯୋଗୁଁ ସମ୍ମାନିତ କରାଯାଇଥିଲା । ସଂପାଦକ ଶ୍ରୀ ରଥ ଅବସରପ୍ରାପ୍ତ ସହିଦ ପରିବାର ମାନଙ୍କ ଦୁଃଖ ବର୍ଣ୍ଣନା କରିବା ସହ ସଂଘ ସହ ସମସ୍ତେ ଯୋଡ଼ି ହେବାକୁ ଆହ୍ୱାନ କରିଥିଲେ । ସହିଦ ପରିବାରଙ୍କ ପାଇଁ ସରକାରୀ ନିୟମ ଅନୁସାରେ ଜମି ପ୍ରଦାନ ତଥା ସେମାନଙ୍କୁ ଆନୁସଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନର ସହଯୋଗ କାମନା କରିଥିଲେ । ନାରୀଶକ୍ତି ଫାଉଣ୍ଡେସନ୍‌ର ସକ୍ରିୟ ସଭ୍ୟା ଶ୍ରାବଣୀ ମେହେର ଦେଶାତ୍ମବୋଧକ ସଂଗୀତ ପରିବେଷଣ କରିବା ପରେ ସଭା ସାଂଗ ହୋଇଥିଲା । ଅବସରପ୍ରାପ୍ତ ସୈନିକ ସଂଘର ସଭ୍ୟ ଘାସୀରାମ ବେହେରା, ସୁନୀଲ ମାଝୀ, ରାଜେନ୍ଦ୍ର ଶବର, ନୀଳକଣ୍ଠ ପାଢ଼ୀ, ରଂଜନ ସେଠ୍‌, କୃଷ୍ଣଚନ୍ଦ୍ର ପରମଗୁରୁ, ନରହରି ବେହେରା, ବୁଦ୍ଧଦେବ ଅଗସ୍ତି, ବିଶ୍ୱଭୂଷଣ ଭୋଇ, ନୀଳମଣି ହାତୀ, ଦେବୀପ୍ରସନ୍ନ ଶତପଥୀ, ନୀଳାଂଚଳ ପଟେଲ, ଦ୍ରୌଣ ଚନ୍ଦନ, ଶଙ୍କର ଜୁଏଡ଼, ସୁଶୀଲ ପଟେଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.