pr

୨ ଦଫା ଦାବୀ ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କଳାବ୍ୟାଚ ପରିଧାନ କରି ଆନ୍ଦୋଳନରେ ମୁରିବାହାଲ ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀ

dr. purohit

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଦମକଳ କେନ୍ଦ୍ରରେ ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀମାନେ ନିଜର ୨ଦଫା ଦାବୀ ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କଳାବ୍ୟାଚ ପରିଧାନ କରି ଆନ୍ଦୋଳନ ଜାରି ରଖିଥିବା ଜଣାପଡିଛି । କର୍ମଚାରୀମାନେ ନିଜର ଏହି ଦୁଇ ଦଫା ଦାବିରେ ଗତ ୧୧ତାରିଖରୁ ଆନ୍ଦୋଳନରେ ରହିଛନ୍ତି । ଦାବିଗୁଡ଼ିକ ମଧ୍ୟରେ ଅଗ୍ନିଶମ ସେବା ସଂସ୍ଥାର ଆଗ୍ନିକ, ଆଗ୍ନିକ, ଗାଡ଼ିଚାଳକ ଓ ହାବିଲଦାର (ମୁଖ୍ୟ ଆଗ୍ନିକ)ଙ୍କ ପୂର୍ବପରି ଓଡ଼ିଶା ସିପାହୀ ହାବିଲଦାରଙ୍କ ଦରମାର ଲେବଲ୍ ଓ ଭତ୍ତା ସହ ସମାନ କରିବା ତଥା ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀ ସଂଘର ସରକାରୀ ପଞ୍ଜିକରଣ ରହିଥିବା ଜଣାପଡିଛି । ମୁରିବାହାଲ ଭାରପ୍ରାପ୍ତ ମୁଖ୍ୟ ଆଗ୍ନିକ ଲକ୍ଷ୍ମଣ ପୁଟେଲ, ରଘୁମଣି ଭୋଇ, ସତ୍ୟବ୍ରତ ସେଠୀ, ନରେନ୍ଦ୍ର ଧରୁଆ, ରମେଶ ଧରୁଆ, ଆଣ୍ଡ୍ରିୟାଁ ଭୂୟାଁ, ବିଜୟ କୁମାର ଆପଟ, ଲକ୍ଷ୍ମୀକାନ୍ତ ବାଗ, ଅମ୍ବରିଶ ପଧାନ ପ୍ରମୁଖ କଳାବ୍ୟାଚ ପରିଧାନ କରି ଆନ୍ଦୋଳନରେ ସାମିଲ୍ ହୋଇଥିବା ଜଣାପଡ଼ିଛି ।

nrusinghnath
Leave A Reply

Your email address will not be published.