pr

ବଲାଙ୍ଗିରରେ କାଳ ବୈଶାଖୀ : ରାସ୍ତା ଉପରେ ପଡିଲା ଗଛ, ଯାତାୟତରେ ବାଧାପ୍ରାପ୍ତ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସନ୍ଧ୍ୟା ସମୟରେ ବଲାଙ୍ଗିରରେ ଝଡ ତୋଫାନ ସହ ଘଡ ଘଡି ହୋଇଥିବା ବେଳେ ୨୬ ନଂ. ଜାତୀୟ ରାଜପଥ ତଥା ସ୍ଥାନୀୟ ଗାନ୍ଧୀନଗରପଡା ପେଟ୍ରୋଲ ପମ୍ପ ସମ୍ମୁଖ ରାସ୍ତା କଡରେ ଏକ ଗଛ ପଡି ଯିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି । ଜୋର୍‌ ସୋର୍‌ ପବନ ହେବା ଫଳରେ ନ୍ୟୁଜ୍‌ ଲେଖା ଯିବା ପର୍ଯ୍ୟନ୍ତ ସହରରେ ବିଜୁଳି ନଥିବା ବେଳେ ଲୋକେ ହନ୍ତସନ୍ତ ହୋଇଥିବା ଦେଖିବାକୁ ମିଳିଛି । ତେବେ ଅବସ୍ଥା ସ୍ୱାଭାବିକ କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ତନାଘନା ପଦକ୍ଷେପ ନିଆଯାଇଥିବା ବେଳେ ଦମକଳ ବାହିନୀ ପଡିଯାଇଥିବା ଗଛକୁ ତୁରନ୍ତ ରାସ୍ତାରୁ ହଟାଇବା ପାଇଁ ଅଣ୍ଟା ଭିଡିଥିବା ନଜରକୁ ଆସିଛି ।

nrusinghnath
Leave A Reply

Your email address will not be published.