ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର, ଆଲୋଚନାଚକ୍ର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ ସଭାପତିତ୍ୱ, ଉପସଭାପତି ଡା. ବସନ୍ତ କୁମାର ଦାସଙ୍କ ଆବାହକତ୍ୱ ଓ ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ସଂଯୋଜନାରେ ଆୟୋଜିତ ଏହି ଆସରରେ ଭାରତୀୟ ସାହିତ୍ୟ ଓ ସଂସ୍କୃତିରେ ବ୍ୟାସ ପୂର୍ଣ୍ଣିମାର ମହତ୍ତ୍ଵ ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଆଲୋଚକ ଭାବେ ମ୍ୟୁନିସିପାଲ ମହାବିଦ୍ୟାଳୟର ଅଧ୍ୟାପକ ସଞ୍ଜୟ କୁମାର ମହାପାତ୍ର ଆଲୋଚ୍ୟ ବିଷୟ ପ୍ରସଙ୍ଗରେ ପ୍ରାଚୀନ ଭାରତୀୟ ସାହିତ୍ୟ ଓ ଗୁରୁଙ୍କ ମହତ୍ତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ । ବିଜ୍ଞାନ ଭିତ୍ତିକ ଆଲୋଚନା ମାଧ୍ୟମରେ ପୂର୍ଣ୍ଣିମାର ଗୁରୁତ୍ଵ ଏବଂ ବିଭିନ୍ନ ଧର୍ମରେ ଏହାର ପ୍ରତିଫଳନ, ପ୍ରାଚୀନ ଗୁରୁକୂଳ, ଗୁରୁ ଶିଷ୍ୟ ସମ୍ପର୍କ ତଥା ଆଧୁନିକ ସମାଜରେ ଗୁରୁଙ୍କ ଆବଶ୍ୟକତା, ଭଗବାନ ବ୍ୟାସ ତଥା ତାଙ୍କ ଜୀବନ ଚରିତ ସହ ଭାରତୀୟ ସାହିତ୍ୟରେ ଆଧ୍ୟାତ୍ମିକ ବିଜ୍ଞାନର ଉନ୍ମେଷ ତଥା ତା’ର ପର୍ଯ୍ୟାୟ ସମ୍ପର୍କରେ ଆଲୋଚନା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଗାଳ୍ପିକ ସଞ୍ଜୀବ କୁମାର ଭୋଇ ପାଳଭୂତ ଶୀର୍ଷକ ଗଳ୍ପ ପାଠ କରିଥିଲେ । ତୃତୀୟ ପର୍ଯ୍ୟାୟରେ ଅଧ୍ୟାପିକା ସିମ୍‌ରନ୍ ମହାପାତ୍ର ଓ ଗୀତାରାଣୀ ବେହେରାଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବ ମେଘମହ୍ଲାର କାର୍ଯ୍ୟକ୍ରମରେ ରବିନ୍ଦ୍ର ମହାନ୍ତି, ଉପେନ୍ଦ୍ର ବସ୍ତିଆ, ସୁଶାନ୍ତ ନାୟକ, ରଶ୍ମି ସାହୁ, କୁଞ୍ଜବିହାରୀ ରାଉତ, ସସ୍ମିତା ପ୍ରଧାନ, ଡ. ଜୟନ୍ତୀ କୁମାରୀ ପାଢ଼ୀ, ଅଶୋକ ପଟ୍ଟନାୟକ, ପ୍ରତାପ କୁମାର ପଣ୍ଡା, କରୁଣାକର ପାଟ୍ଟଶାଣୀ, କାଶୀନାଥ ନନ୍ଦୀ, ଆଶୁତୋଷ ଜ୍ୟୋତିଷୀ, ଅଜୟ କୁମାର ମହାନ୍ତି, ଗୀତା ରାଣୀ ବେହେରା ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ସମ୍ପାଦକ ବିଜୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଧାକାନ୍ତ ମିଶ୍ର, ଜଗନ୍ନାଥ ରାଉତ, ଅଜିତ କୁମାର ଗୌଡ, ଜ୍ୟୋତିରଞ୍ଜନ ମହାପାତ୍ର, ଗଙ୍ଗାଧର ପୁହାଣ, ପ୍ରଦୀପ ପଟ୍ଟନାୟକ, ଅକ୍ଷୟ ସାମଲ, ଦିବାକର ଦାସ, କାଶୀନାଥ ପାତ୍ର, ରାଜୀବ ପାଣି, ମଧୁସୂଦନ ଟି. ଏସ୍, ଦୀନବନ୍ଧୁ ରଥ, ଉପେନ୍ଦ୍ର ନାୟକ, ହରିହର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.