କଣ୍ଟାବାଞ୍ଜି ସହରରେ ତମ୍ବାଖୁ ଜାତୀୟ ଦ୍ରବ୍ୟ ଉପରେ ଚଢାଉ ଓ ଜୋରିମାନା ଆଦାୟ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରୁ ଗତ ଶୁକ୍ରବାର ଦିନ ବଲାଙ୍ଗିର ସିଡିଏମଓଙ୍କ ନିର୍ଦ୍ଦେଶାନୁକ୍ରମେ ଜାତୀୟ ତମ୍ବାଖୁ ନିୟନ୍ତ୍ରଣ ବିଭାଗ ସହ କଣ୍ଟାବାଞ୍ଜି ପୋଲିସ ସମେତ ଅବକାରୀ ବିଭାଗ ଚଢାଉ କରି ଜୋରିମାନା ଆଦାୟ କରାଯାଇଛି । ସୂଚନା ଅନୁସାରେ ବିଭାଗୀୟ ଅଧିକାରୀମାନେ କଣ୍ଟାବାଞ୍ଜି ସହରର ଏସ୍‌ଟି ଜାଭିୟର, ବାଳିକା ଉଚ୍ଚ ବିଦ୍ୟାଳୟ, ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଦିଶା ଇଂରାଜୀ ମିଡିୟମ୍ ସ୍କୁଲ ପାଖରେ ଥିବା ପ୍ରାୟ ୧୭ଗୋଟି ଦୋକାନରୁ ତମ୍ବାଖୁ ଜାତୀୟ ଦ୍ରବ୍ୟ ଯଥା- ବିଡି, ସିଗାରେଟ୍, ଭାଙ୍ଗ, ଗୁଡାଖୁ, ଗୁଟଖା ଆଦି ବିକ୍ରିକୁ ନେଇ ସଚେତନତା କରାଯାଇଛି । ଏଥିସହ ସେମାନଙ୍କଠାରୁ ଜୋରିମାନା ବାବଦକୁ ୨୮୫୦ ଟଙ୍କା ଆଦାୟ କରାଯାଇଥିଲା । ଏହି ଚଢ଼ାଉରେ ବଲାଙ୍ଗିର ଡ୍ରଗସ୍ ଇନ୍ସପେକ୍ଟର ବାବୁଲାଲ ଟୁଡୁ, ଏନ୍ ସିଡି ଆସିଷ୍ଟାଣ୍ଟ ମେନେଜର୍ ସନ୍ତୋଷ ପଟ୍ଟନାୟକ, କଣ୍ଟାବାଞ୍ଜି ଅବକାରୀ ସମେତ କଣ୍ଟାବାଞ୍ଜି ପୋଲିସ ଅଧିକାରୀ ସାମିଲ ଥିଲେ ।

Leave A Reply

Your email address will not be published.