om academy

ହଠାତ୍‌ ଦୟାନଦୀରେ ଜଳ ପ୍ରବାହିତ ହେବାରୁ ଗୋପଘାଟ ଅସ୍ଥାୟୀ ପୋଲ ଓ ରାସ୍ତା ଭାସି ବୁଥକୁ ଯୋଗାଯୋଗ ବିଛିନ୍ନ

jsm

ଡେଲାଙ୍ଗ, (ଦିଲ୍ଳୀପ କୁମାର ଧାଉଡିଆ) : ହଠାତ୍‌ ଦୟାନଦୀରେ ଜଳ ପ୍ରବାହିତ ହେବାରୁ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ଗ୍ରାମର ପଶ୍ଚିମ ପାଶ୍ୱର୍ରେ ପ୍ରବାହିତ ଦୟାନଦୀର ଗୋପଘାଟରୁ ଯୋରକଣୀକୁ ସଂଯୋଗ କରୁଥିବା ଅସ୍ଥାୟୀ ପୋଲ ଓ ରାସ୍ତା ନଦୀ ଜଳରେ ଭାସିଗଲା । ଯାହାଫଳରେ ସଦ୍ୟ ପିପିଲି ଉପନିର୍ବାଚନର ଘନିପୁର ପଚାଂୟତରେ ଯୋରକଣୀ-୩୭ ବୁଥ, ବିତିପୁର-୩୮ ବୁଥ, ତିଗିରିଆ-୩୯ ନଂ ବୁଥକୁ ଯୋଗାଯୋଗ ବିଛିନ୍ନ ହୋଇପଡିଛି । ସୂଚନା ମିଳିଛି କି ରାଜୁଆ ନଦୀର ବଡପୁଟ ଢୋଲପଟଣା ବ୍ୟାରେଜରେ ନଦୀ ଜଳକୁ ଅଟକାଇ ଚାଷ ପାଇଁ କେନାଲରେ ଛାଡିବା ହେତୁ ଦୟାନଦୀରେ ଜଳସ୍ଥର ବୃଦ୍ଧି ପାଇ ପାଣ୍ଡିଆବିରି ଠାରେ ହୋଇଥିବା ଅସ୍ଥାୟୀ ପୋଲ ଓ ରାସ୍ତା ଭସେଇ ଦେଇଥିଲା, ପରେ ପରେ ଯୋରକଣୀ ଗୋପଘାଟ ଠାରେ ହୋଇଥିବା ଅସ୍ଥାୟୀ ପୋଲ ଓ ରାସ୍ତାକୁ ଭସେଇ ନେଇଥିଲା । ତେବେ ସେଠାରେ ଡଙ୍ଗା ନାହିଁ,୨ଦିନ ହେଲା ଯୋରକଣୀ, ତିଗିରିଆ, ବିତିପୁରବାସୀ ନାହିଁଂ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଆସନ୍ନ ପିପିଲି ଉପନିର୍ବାଚନ ଏହି ୩ଟି ବୁଥ ବହୁ ଗୁରୁତ୍ୱ ବହନ କରେ । ଏ ପର୍ୟ୍ୟନ୍ତ ସ୍ଥାନୀୟ ପ୍ରଶାସନର ପକ୍ଷରୁ କୌଣସି ବ୍ୟବସ୍ଥା ହୋଇନାହିଁ ।

Leave A Reply

Your email address will not be published.