om academy

କେଶରୀୟା ହିନ୍ଦୁ ବାହିନୀର ଜିଲ୍ଲା ଯୁବ ବାହିନୀ ଅଧ୍ୟକ୍ଷ ରୂପେ ଆଲୋକ ନାଥ ପଣ୍ଡା ମନୋନୀତ

jsm

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି କେଶରୀୟା ହିନ୍ଦୁ ବାହିନୀର ବଲାଙ୍ଗିର ଜିଲ୍ଲା ଯୁବ ବାହିନୀ ଅଧକ୍ଷ ରୂପେ ଆଲୋକ ନାଥ ପଣ୍ଡାଙ୍କୁ ମନୋନୀତ କରିଯିବା ସହ ବଲାଙ୍ଗିର ଜିଲ୍ଲା କାର୍ଯ୍ୟାଳୟ ଠାରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ସ୍ୱାଗତ ସମ୍ବର୍ଦ୍ଧନାରେ କେଶରୀୟା ହିନ୍ଦୁ ବାହିନୀ ପ୍ରଦେଶ ମହାମନ୍ତ୍ରୀ ସନ୍ତୋଷ କୁମାର ଭୋଳ, ଜିଲ୍ଲା ସଭାପତି ପ୍ରଦୀପ କୁମାର ତ୍ରିପାଠୀ, ଜିଲ୍ଲା ବରିଷ୍ଠ ଉପାଧକ୍ଷ ସଙ୍କର୍ଷଣ ଆଚାର୍ୟ୍ୟ, ଜିଲ୍ଲା ମହାସଚିବ ସୁନୀଲ ମିଶ୍ର, ଜିଲ୍ଲା ସଚିବ ହରେକୃଷ୍ଣ ବେହେରା, ଜିଲ୍ଲା କୋଷାଧକ୍ଷ ସୁଶୀଲ ସାହୁ, ଲୋଇସିଙ୍ଗା ବ୍ଲକ ସଭାପତି ବୀରେନ୍ଦ୍ର ବାରିକ, ଦେଓଗାଁ ବ୍ଲକ ସଭାପତି ବଦ୍ରୀନାଥ ହୋତା ଏବଂ ଜିଲ୍ଲାର ଅନ୍ୟାନ୍ୟ କାର୍ୟ୍ୟକର୍ତ୍ତା ସ୍ୱାଗତ ସମ୍ବର୍ଦ୍ଧନାରେ ସାମିଲ ହୋଇ ଜିଲ୍ଲାର ଯୁବ ମୋର୍ଚ୍ଚା ଅଧକ୍ଷଙ୍କୁ ସ୍ୱାଗତ କରିଥିଲେ । ଆଗାମୀ ଦିନରେ ଜିଲ୍ଲା ଯୁବ ପିଢ଼ିଙ୍କୁ ହିନ୍ଦୁତ୍ୱ ରକ୍ଷା କରିବା ପାଇଁ ଓ ଯୁବ ପିଢିଙ୍କୁ ଜାଗୃତ କରିବା ମୋର ଲକ୍ଷ୍ୟ ଏବଂ ଯୁବ ସମାଜ କିପରି କେଶରୀୟା ହିନ୍ଦୁ ବାହିନୀରେ ଯୋଡି ହେବେ ତାହା ମୋର ଲକ୍ଷ୍ୟ ବୋଲି ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଶ୍ରୀ ପଣ୍ଡା କହିଥିଲେ ।

Leave A Reply

Your email address will not be published.