pr

ବଙ୍ଗୋମୁଣ୍ଡା ଝଲପ ଗାଁରେ କିଡନୀ ରୋଗର କାୟା ବିସ୍ତାର : ରୋଗୀଙ୍କ ସମସ୍ୟା ବୁଝିବାକୁ ଗାଁରେ ପହଞ୍ଚିଲେ ଡାକ୍ତର ଅମଜଦ ଖାଁ

dr. purohit

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ଗାଁରେ କିଡନୀ ରୋଗ କାୟା ବିସ୍ତାର କରିଛି । ଅକାଳରେ ନିରୀହ ଗାଁ ଲୋକଙ୍କ ଜୀବନ ନେଉଛି କିଡନୀ ରୋଗ । ବର୍ତ୍ତମାନ ଗାଁ ଲୋକଙ୍କ ପାଇଁ ଯମଦୂତ ସାଜିଛି ଏହି ରୋଗ । ଗତ ୧ ବର୍ଷ ଭିତରେ ଏକାଧିକ ଲୋକ କିଡନୀ ରୋଗରେ ମୃତ୍ୟୁ ବରଣ କରିଛନ୍ତି । ଗାଁ ଲୋକ ବ୍ୟବହାର କରୁଥିବା ପାଣି କିମ୍ବା ଅନ୍ୟ କୌଣସି କାରଣରୁ ଏହି ରୋଗ ବ୍ୟାପୁଛି ତାହା ଠିକରେ ଜଣା ପଡୁନାହି । କିନ୍ତୁ ଗାଁ ଲୋକ ପାଣି ପାଇଁ ଏଭଳି ହେଉଥିବା ଅନୁମାନ କରୁଛନ୍ତି । ଗାଁରେ ଏଭଳି କିଡନୀ ରୋଗ କାୟା ବିସ୍ତାର କରିଥିବା ଖବର ପାଇ କଣ୍ଟାବାଞ୍ଜି ଆୟୁବ ଖାଁ ହସ୍ପିଟାଲ ଏମ୍‌ଡି ତଥା କିଡନୀ ରୋଗ ବିଶେଷଜ୍ଞ ଡାକ୍ତର ଅମଜଦ ଖାଁ ପହଞ୍ଚି ରୋଗୀଙ୍କ ସହ ଆଲୋଚନା କରିବା ସହ ଏହି ରୋଗ କାହିକି ହୁଏ ଏବଂ ତାର ନିରାକରଣ ଉପରେ ସଚେତନ କରିଛନ୍ତି । ଆବଶ୍ୟକ ଅନୁଯାୟୀ କିଛି ରୋଗୀଙ୍କୁ ଔଷଧ ମଧ୍ୟ ଦେଇଛନ୍ତି । କିଛି ରୋଗୀଙ୍କୁ ଡାକ୍ତରଖାନା ଆସି ଅଧିକ ଚିକିତ୍ସା ହେବାକୁ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ମାଗଣାରେ କିଡନୀ ରୋଗୀଙ୍କୁ ଚିକିତ୍ସା ହେଇପାରିବ ବୋଲି ଡାକ୍ତର କହିଛନ୍ତି । ଗାଁ ଲୋକ କିଡନୀ ରୋଗୀ ବିଶେଷଜ୍ଞ ଡାକ୍ତରଙ୍କୁ ପାଖରେ ପାଇ ଖୁସି ବ୍ୟକ୍ତ କରିବା ସହ ସେମାନେ ଆଗକୁ ସୁସ୍ଥ ଜୀବନ ଅତିବାହିତ କରି ପାରିବେ ବୋଲି ଆଶା କରିଛନ୍ତି ।

nrusinghnath
Leave A Reply

Your email address will not be published.