jayashree

ନେତାଜୀ ସଂଗ୍ରାମୀ ପରିଷଦ ତରଫରୁ ସୁବାଷ ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ନେତାଜୀ ସଂଗ୍ରାମୀ ପରିଷଦର ୩୦ ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ସାମ୍ବାଦିକ ଭବନଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ମାଟିର ପୁଅ ବୀର ସୁରେନ୍ଦ୍ର ସାଏଙ୍କ ‌ସ୍ମୃତି ଚାରଣ କରିବା ସହିତ ଉଭୟଙ୍କ ଜନ୍‌ନ୍ମଦିନ ପାଳନ କରାଯାଇଛି । ସକାଳୁ ସଂଗ୍ରାମୀ ପରିଷଦର ସଭ୍ୟମାନେ ଜିଲ୍ଲାପାଲଙ୍କ ବାସଭବନର ସମ୍ମୁଖରେ ଥିବା ନେତାଜୀଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ପରେ ସ୍ଥାନୀୟ ସାମ୍ବାଦିକ ଭବନ ବଲାଙ୍ଗିର ଠାରେ ରାଜ୍ୟର ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନର ଭିତ୍ତିଭୂମି ଶୀର୍ଷକ ଏକ ଆଲୋଚନା ଚକ୍ର ଆୟୋଜନ କରାଯାଇଥିଲା । ପଶ୍ଚିମାଞ୍ଚଳରେ କୈାଣସି ଉନ୍ନତ ଉଦ୍ୟୋଗ କାରଖାନା ନଥିବା ବେଳେ ଏଠିକାର ଜୀବିକା ପାଇଁ ଲୋକ ଚାଷ ଉପରେ ନିର୍ଭର ରୁହନ୍ତି । କେବଳ ତିନି ପ୍ରତିଶତ ଜମି ଜଳସେଚିତ ଥିବା ବେଳେ ଚାଷର ଅବସ୍ଥା ନକହିବା ଭଲ । ଫଳରେ ଗରିବ ଜନତା ପେଟପାଇଁ ବିଭିନ୍ନ ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଆନ୍ତି । ଅଞ୍ଚଳରେ କୃଷି ବ୍ୟବସ୍ଥାକୁ ମଜଭୁତ କରିବାକୁ ହେଲେ ଉନ୍ନତ ପ୍ରଣାଳୀରେ ଚାଷ କରିବା ସହିତ ଜଳସେଚନ ଓ କୃଷି ଶିକ୍ଷା ନିହାତି ଆବଶ୍ୟକ ତେବେ ପୂର୍ବତଟ ପରି ବଲାଙ୍ଗିରରେ ମଧ୍ୟ ଏକ କୃଷି ବିଶ୍ୱବିଦ୍ୟାଳୟ ଖୋଳିବା ଢେର ଆବଶ୍ୟକତା ରହିଛି । ଏଠାରେ ସମସ୍ତ ପ୍ରକାର ଭିତ୍ତିଭୂମି ଥାଇ ମଧ୍ୟ କୃଷି ବିଦ୍ୟାଳୟ ନ ଖୋଳିବା ପଛରେ ରାଜନୈତିକ ଉଦାସୀନତା ରହିଛି । ତେଣୁ ଆମକୁ ଏହି ସଂକୀର୍ଣ୍ଣତାରୁ ଉପରକୁ ଉଠି ଦାବୀ ପ୍ରାପ୍ତି ପାଇ ସରକାରଙ୍କ ଉପରେ ଚାପ ପକାଇବାକୁ ହେବ ବୋଲି ଏହି ଆଲୋଚନା ଚକ୍ରରେ ମତ ପ୍ରକାଶ ପାଇଥିଲା । ସଭା ପ୍ରାରମ୍ଭରେ ଅତିଥି ଗଣ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରି ସଭାର ଶୁଭାରମ୍ଭ କରିଥିଲେ ପରେ ବିଶିଷ୍ଟ ଶ୍ରମିକ ନେତା ତଥା ସମାଜ ସେବୀ ଲଲିତ ନାୟକଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ନେତାଜୀ ସଂଗ୍ରାମୀ ପରିଷଦ ପକ୍ଷରୁ ମାଣ୍ଡୁଶିଲ ଆଜାଦ୍‌ ହିନ୍‌ ଫୈାଜର ସଂଗ୍ରାମୀ ରଞ୍ଜନ କୁରେସିଂଙ୍କୁ ମରଣୋତ୍ତର ସୁବାଷ ପରବ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଯାହା ତାଙ୍କ ପୁତ୍ର ଅଲି ଅହମ୍ମଦ କୁରେସି ଗ୍ରହଣ କରିଥିଲେ । ଆଜିର ଏହି ସଭାରେ ସରକାରୀ ଉଦ୍ୟାନ କୃଷି ନି‌ର୍ଦ୍ଦଶକ କେଶବ ଚରର ମିଶ୍ର ଓ ମୁଖ୍ୟବକ୍‌କ୍ତା ପ୍ରା‌କ୍ତନ ପ୍ରାଣୀ ଚିକ‌ତ୍ସାଧିକାରୀ ଜୟକୃ‌ଷ୍ଣ ଦାସ ଶର୍ମା ମ‌ଞ୍ଚାସୀନ ଥିବା ବେଳେ ପ୍ରେରଣାର ସମ୍ପାଦକ ରଘୁନନ୍ଦନ ସିଂ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ପରିଷଦର ଆବାହକ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ସଂଯୋଜନା, ଏଡ଼ଭୋକେଟ ଗୋପାଳ ହୋତା ପରିଚୟ ପ୍ରଦାନ ଓ ରାଜେଶ ଶର୍ମା ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.