oom

ବାସନ୍ତୀ ପାଠାଗାରରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାର ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର କର୍ଣ୍ଣାଧାର ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଏବଂ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଡ଼ଃ ଶକ୍ତିପ୍ରସାଦ ସାମନ୍ତରାୟଙ୍କ ଅଧ୍ୟକ୍ଷତା, ସାଧାରଣ ସମ୍ପାଦକ ଅଜୟ ପ୍ରଧାନଙ୍କ ଆବାହକତ୍ଵ ଓ ସାଂସ୍କୃତିକ ସମ୍ପାଦିକା ସୁଭାଷିନୀ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଗିରିଜା ଶଙ୍କର ଗୋସ୍ୱାମୀ ଯୋଗଦେଇ ଓଡିଶାକୁ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବାରେ ଏଇ ଦୁଇ ମହାପୁରୁଷଙ୍କ ଅବଦାନ ବିଷୟରେ ବର୍ଣ୍ଣନା କରି କହିଲେ ଯେ ଉଭୟ ମନୀଷିଙ୍କ ଅବଦାନ ଯୋଗୁଁ ଆମେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ପାଇଛୁ । ସେମାନଙ୍କ ଜାତି ପ୍ରୀତି, ଭାଷା ପ୍ରୀତି ସର୍ବୋପରି ନିଜର ଅସ୍ମିତାକୁ ବଜାୟ ରଖି ଓଡ଼ିଶାର ମାନକୁ ବଜାୟ ରଖିପାରିଥିବାରୁ ସେମାନେ ଆମ ଓଡ଼ିଶାବାସୀଙ୍କ ପାଇଁ ଚିର ନମସ୍ୟ ହୋଇ ରହିବେ ବୋଲି ମତ ରଖିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବି ସୁଶାନ୍ତ ନାୟକ ଏବଂ ସୁଚିତ୍ରା ଲେଙ୍କାଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସୁଶାନ୍ତ ନାୟକ, ସଞ୍ଜୁକ୍ତା ଦାଶ, ସୁମିତା ସ୍ୱାଇଁ, ଦିବାକର ଦାସ, ମଞ୍ଜୁଳା କୁମାରୀ ରଥ, ଉପେନ୍ଦ୍ର ବସ୍ତିଆ, ଗୌତମ ଦାସ, ସୁଚିତ୍ରା ଲେଙ୍କା ପ୍ରମୁଖ କବିତା ପାଠ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ବିଭୁଦତ୍ତ ବେହେରା, କବିତା ଦାଶ, କମଳ ଆଚାର୍ଯ୍ୟ, ପ୍ରିୟା ପାତ୍ର, ଶରତ ଚନ୍ଦ୍ର ରାଉତ, ଶ୍ରୀକାନ୍ତ ପାଣିଗ୍ରାହୀ, ବସନ୍ତ କୁମାର ମହାରଣା, ଆମ୍ବିକେଶ୍ୱରୀ ରାଉତ, ପ୍ରିୟା ପାତ୍ର କବିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ କବିତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.