ବରଗଡ଼ର ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ଗୁଞ୍ଜନ୯୦.୪ ଏଫ୍‌ଏମ୍‌କୁ ଶ୍ରେଷ୍ଠ ଜାତୀୟ ସମ୍ମାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଞ୍ଚଳିକ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ବରଗଡ଼ର ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ଗୁଞ୍ଜନ୯୦.୪ ଏଫ୍‌ଏମ୍‌କୁ ଶ୍ରେଷ୍ଠ ଜାତୀୟ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ଆୱାର୍ଡକୁ ଅଷ୍ଟମ ଜାତୀୟ ଗୋଷ୍ଠୀ ବେତର ଆୱାର୍ଡ଼ ୨୦୨୦ପାଇଁ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ତରଫରୁ ଘୋଷଣା କରାଯାଇଛି । ଉକ୍ତ ଆୱାର୍ଡରେ ମନୋନୀତ ହୋଇଥିବା କାର୍ୟ୍ୟକ୍ରମଟିରେ ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତିର ଲୋକ କଳାକାର ଯୁଧିଷ୍ଟିର ସାହୁ (୮୦ ବର୍ଷ ବରିଷ୍‌ଷ୍ଠ କଳାକାର) କର୍ମା ପରିବେଷଣ କରିଥିଲେ । ଉକ୍ତ ପ୍ରୋଗ୍ରାମଟି ୧୪ ମିନିଟ୍‌ ଅବଧିର ଥିଲା, ଯାହାକି ପ୍ରଯୋଜନା କରିଥିଲେ ରେଡିଓ ଗୁଞ୍ଜନର କେନ୍ଦ୍ର ନିର୍ଦ୍ଦେଶକ ନିହାର ରଞ୍ଜନ ପଣ୍ଡା । ପରିକଳ୍ପନା କରିଥିଲେ ମୋହନ ସାହୁ ଓ ସହଯୋଗିତା କରିଥିଲେ ନୃସିଂହ ପରିଜା ଓ ବିସିକେଶନ ବାଗ ।

Leave A Reply

Your email address will not be published.