ଦଶାହ କାର୍ଯ୍ୟ ପାଇଁ ସହଯୋଗର ହାତ ବଢାଇଲା ଜନ କଲ୍ୟାଣ ସେବା ଟ୍ରଷ୍ଟ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆଜି ସହେଲା ବ୍ଲକ ଅନ୍ତର୍ଗତ ବନାବିରା ଗ୍ରାମର ଅସହାୟ ପରିବାର ତଥା ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ଗ୍ରାମର ସୌକିଲାଲ୍ ମହାନନ୍ଦ ଗତ ୧୨/୩/୨୧ ମୃତ୍ୟୁ ହୋଇଥିଲା । କାଲି ତାଙ୍କ ଦଶାହ କାର୍ଯ୍ୟ ଅଛି । ଏନେଇ ତାଙ୍କ ପତ୍ନୀ ଧାନଫୁଲ ଦୁଃଖରେ ଭାଙ୍ଗି ପଡିଥିଲେ । ଏହି ଖବର ପାଇ ଜନ କଲ୍ୟାଣ ସେବା ଟ୍ରଷ୍ଟ ପାଖରେ ପହଞ୍ଚିଥିଲା । ସଙ୍ଗେ ସଙ୍ଗେ ଜନ କଲ୍ୟାଣ ସେବା ଟ୍ରଷ୍ଟର ସଭାପତି ମୁକୁନ୍ଦ ଦାଶ ତାଙ୍କ ବାସଭବନରେ ପହଞ୍ଚି ୫୦ କେଜି ଚାଉଳ, ଲୁଣ, ଆଲୁ, ପିଆଜ, ଖଲି, ଦନା, ପରିବା, ମସଲା ସାମଗ୍ରୀ, ତେଲ ଇତ୍ୟାଦି ଆଜି ତାଙ୍କ ପରିବାର ଲୋକଙ୍କୁ ଦେଇଥିଲେ । ଏହି ସମସ୍ତ ସାମଗ୍ରୀକୁ ଟାଇଗର ଗୃପର ମୂଖ୍ୟ ଓ ବରିଷ୍ଠ ସାମ୍ବାଦିକ ରମାକାନ୍ତ ବିଶ୍ୱଲ ସହଯୋଗ କରିଥିଲେ । ଏହି କାର୍ୟ୍ୟକ୍ରମରେରେ ଜନ କଲ୍ୟାଣ ସେବା ଟ୍ରଷ୍ଟର ସହେଲାର ମହିଳା ସହଯୋଗୀ କବିତା ସୁନା, ଜନ କଲ୍ୟାଣ ସେବା ଟ୍ରଷ୍ଟର ସଭାପତି ମୁକୁନ୍ଦ ଦାଶ, ସୁଶାନ୍ତ ମହାନନ୍ଦ ସହଯୋଗ କରିଥିଲେ । ଆଗାମୀ ଦିନରେ ତାଙ୍କ ପୁଅ ଓ ଝିଅକୁ ଥଇଥାନ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ସୂଚନା ପ୍ରଦାନ କରିଛନ୍ତି ଡଃ ଅଜିତ କୁମାର ନାଥ ।

Leave A Reply

Your email address will not be published.