ବ୍ୟକ୍ତିତ୍ୱ ନିର୍ମାଣ, ପରିବାର ନିର୍ମାଣ ହେଲେ ହିଁ ରାଷ୍ଟ୍ର ନିର୍ମାଣ ସମ୍ଭବ : ଜୈନ ଗୁରୁ ମୁନିଶ୍ରୀ ପ୍ରଶାନ୍ତ କୁମାର

କଂଟାବାଂଜି, (ଗୁରୁଦୟାଲ ହଂସ) : ବ୍ୟକ୍ତିତ୍ୱ ନିର୍ମାଣ କରିବା ସହିତ ପରିବାର ନିର୍ମାଣ ହେଲେ ହିଁ ରାଷ୍ଟ୍ର ନିର୍ମାଣ ସମ୍ଭବ ହୋଇପାରିବ ବୋଲି ଜୈନ ଗୁରୁ ମୁନିଶ୍ରୀ ପ୍ରଶାନ୍ତ କୁମାର ରବିବାର ଦିନ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଚର୍ତୁମାସ ଅବସରରେ ସ୍ଥାନୀୟ ଜୈନ ଭବନରେ ସପ୍ତାହ ବ୍ୟାପୀ ଜୈନ ଧର୍ମାବଳମ୍ବୀମାନଙ୍କୁ ବିଭିନ୍ନ ପ୍ରକାର ସଂଦେଶ ଦେବା ଅବସରରେ ଆଚାର୍ଯ୍ୟ ମହାଶ୍ରମଣଙ୍କ ଦୁଇ ଶିଷ୍ୟ ମୁନିଶ୍ରୀ ପ୍ରଶାନ୍ତ କୁମାର ଏବଂ ମୁନିଶ୍ରୀ କୁମୁଦ କୁମାର କଂଟାବାଂଜିସ୍ଥିତ ଜୈନ ଭବନରେ ଅବସ୍ଥାନ କରିଛନ୍ତି । ଚର୍ତୁମାସ ଅବସରରେ ଉଭୟ ଦୁଇ ଜୈନ ଗୁରୁ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ପରିଭ୍ରମଣ କରି ଜୈନି ଭଉଣୀ ଭାଇମାନଙ୍କୁ ଜୈନ ଧର୍ମର ମହତ୍ୱ ଅବସରରେ ଆଲୋକପାତ କରିବା ସହିତ ରବିବାର ଦିନର ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି । ସ୍ଥାନୀୟ ଶ୍ରୀ ଜୈନ ଶ୍ୱେତାମ୍ବର ସଭା, ତେରାପନ୍ତ ମହିଳା ମଂଡଲ, ତେରାପନ୍ଥ ଯୁବକ ପରିଷଦ ଓ ତେରପନ୍ଥ ପ୍ରୋଫେସନାଲ ଫୋରମ ଦ୍ୱାରା ଆୟୋଜିତ ଚର୍ତୁମାସ ସଭା ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆୟୋଜିତ ହୋଇଛି ।

Leave A Reply

Your email address will not be published.