oom

ପଶ୍ଚିମ ଓଡିଶା ଯାଦବ ବିକାଶ ପରିଷଦର ଜରୁରୀ ବୈଠକ : ଯାଦବ ସମାଜକୁ ନେଇ ଦଳୀୟ ରାଜନୀତି ଚଳିବ ନାହିଁ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଯାଦବ ଭବନ ପରିସରରେ ପଶ୍ଚିମ ଓଡିଶା ଯାଦବ ବିକାଶ ପରିଷଦ ଓ ବଲାଙ୍ଗିର ପୌରାଞ୍ଚଳ ଯାଦବ ସମାଜର ଆନୁକୂଲ୍ୟରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆବାହାକ ଛବିଳ ବଗର୍ତ୍ତୀଙ୍କ ନେତୃତ୍ୱରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲାରୁ ପରିଷଦର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ଯାଦବ ସମାଜକୁ ଜଣେ ବାହାର ରାଜ୍ୟର ଲୋକ ନିଜକୁ ଯାଦବ ବୋଲାଇ ରାଜନୈତିକରଣ କରୁଥିବା ଯାଦବ ସମାଜର ଦୃଷ୍ଟି ଆକର୍ଷଣ ହୋଇଛି । ଏହା ସହ ଯାଦବମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରୁଥିବାରୁ ଏକତା ଉପରେ ଆଞ୍ଚ ଆସୁଥିବା ଗୁରୁତର ଅଭିଯୋଗ ହୋଇଥିଲା । ଏହାକୁ ନେଇ ଉପସ୍ଥିତ ସଦସ୍ୟମାନେ ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇ ଆଗମୀ ଦିନରେ ଉଚିତ୍‌ ଜବାବ ଦିଆଯିବ ବୋଲି ଚେତାବନୀ ଦେଇଥିଲେ । ଏହା ସହ ପଶ୍ଚିମ ଓଡିଶାର ବିଭିନ୍ନ ଜିଲାରେ ଏ ନେଇ କମିଟି ଗଠନ କରାଯିବା ସହ ଆବଶ୍ୟକୀୟ ପଦକ୍ଷେପ ପାଇଁ ପ୍ରାକ୍‌ ପ୍ରସ୍ତୁତି କରାଯିବ । ଯାଦବମାନେ ଏତେ ସଂଖ୍ୟାରେ ଥାଇ ମଧ୍ୟ ଚାକିରୀ କ୍ଷେତ୍ରରେ ସଂରକ୍ଷଣ, ବିଭିନ୍ନ ସରକାରୀ ସୁବିଧା ସୁଯୋଗ ମଧ୍ୟରେ ବିଶେଷ କରି ଶିକ୍ଷା ଓ ସ୍ୱାସ୍ଥ୍ୟ, ରାଜନୀତି କ୍ଷେତ୍ରରେ ମଧ୍ୟ ଯୋଗ୍ୟ ବ୍ୟକ୍ତିଙ୍କୁ ଲଲିପପ୍‌ ଦିଆଯାଉଥିବାରୁ ଏ ନେଇ ଯାଦବ ସମାଜର ବୁଦ୍ଧିଜୀବୀମାନେ ଏକ ହୋଇଛନ୍ତି । ଆଗକୁ ପଶ୍ଚିମ ଓଡିଶା ଯାଦବ ବିକାଶ ପରିଷଦର ଏକ ବିରାଟ ସମାବେଶ ବଲାଙ୍ଗିରରେ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବୈଠକରେ ଭବାନୀପାଟଣାରୁ ଧବଳେଶ୍ୱର ବାଗ, ନାରାୟଣ ବଗର୍ତ୍ତୀ, ସତ୍ୟ ବାଗ, ସୋନପୁର ଜିଲା ସଭାପତି ତପନ ଯୁଆଡି, ଶିକ୍ଷାବିତ୍‌ ଉପମନ୍ୟୁ ବାଗ, ଦିବାକର ପୋଢ, କବିରାଜ ଭୋଇ, ନରେନ୍ଦ୍ର ନାଗ, କୃତୀବାସ ବଗର୍ତ୍ତୀ, ସୁରଜ ଭୋଇ, ସଦର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ପୌରାଞ୍ଚଳ ସଭାପତି ପଙ୍କଜ ସେଲମା, ଅଷ୍ଟମୀ ବଗର୍ତ୍ତୀ, ବାସୁଦେବ ନାଗ, ପ୍ରଶାନ୍ତ ମହାକୁର, ଦୂତିବାହନ ଚନ୍ଦନ, ହୃଷିକେଶ ବନଛୋର, ବିରେନ୍ଦ୍ର ବନଛୋର, ପ୍ରଦୀପ ସେଲମା, ଦେବେନ୍ଦ୍ର ହାତୀ, ଦିନବନ୍ଧୁ ମନହୀରା, ସୁଫଳ କରୁଆଁ, ସନ୍ଦୀପ ବାଗ, ଜୟଦେବ ଜାଲ, କଲାର ସିଂ ବାଗ, ଉତ୍ତର ହେରନା, ରଞ୍ଜିତ ଛତର, ବିଜୟ ବିଶି, ସୁବାସ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.