ପ୍ରବଳ ବରଫ ଓ ତୁଷାରପାତ ଭିତରେ ଦେବଦୂତ ସାଜି ମା’ ଓ ନବଜାତକୁ କାନ୍ଧରେ ବୋହି ନେଲେ ଯବାନ

ଶ୍ରୀନଗର : ଭାରତୀୟ ସେନା କେବଳ ଶତ୍ରୁଙ୍କୁ ନୁହେଁ ବିପତ୍ତି ବେଳେ ଦେଶର ନାଗରିକ ମାନଙ୍କୁ ଅସୁବିଧା ସମୟରେ ସାହାର୍ଯ୍ୟର ହାତ ବଢାଇଛନ୍ତି । ଏହାର ଅନେକ ଉଦାହରଣ ରହିଛି । ଶନିବାର ଭାତରୀୟ ସେନାଙ୍କ ଏହି ସେବା ମନୋଭାବର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି । ପ୍ରବଳ ବରଫ ଓ ତୁଷାରପାତ ଭିତରେ ମା’ ଓ ନବଜାତକୁ କାନ୍ଧରେ ବୋହି ନେଲେ । ଦୀର୍ଘ ୬ କିଲୋମିଟର ବାଟ ଉଭୟଙ୍କୁ କାନ୍ଧରେ ବୋହି ସୁରକ୍ଷିତ ଭାବେ ନିଜ ଘରେ ପହଞ୍ଚାଇଲେ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଜମ୍ମୁ-କାଶ୍ମୀର କୁପୱାଡା ଜିଲ୍ଲାରେ । ଶନିବାର କୁପୱାଡା ଜିଲ୍ଲାରେ ପ୍ରବଳ ଥଣ୍ଡା ସଙ୍ଗକୁ ତୁଷାର ପାତ ହୋଇଥିଲା । ଫଳରେ ଯାତାୟତ ପୁରାପୁରି ବନ୍ଦ ହୋଇଯାଇଥିଲା । ଏହାରି ଭିତରେ ହସ୍ପିଟାଲରେ ଜଣେ ମା’ ଓ ନବଜାତ ଶିଶୁ ଫସି ରହିଥିଲେ । ଖବର ମିଳିବା ପରେ ୨୮ଜଣ ବଟାଲିଅନର ସେନା ଅଧିକାରୀମାନେ ସେଠାରେ ପହଞ୍ଚି ଉକ୍ତ ମହିଳା ଓ ନବଜାତକୁ ବରଫ ବର୍ଷା ଭିତରୁ ଉଦ୍ଧାର କରିଥିଲେ । ଭାରାତୀୟ ସେନାର ଚିନାର କୋର ଏନେଇ ସୂଚନା ଦେଇଛନ୍ତି । ଏ ସମସ୍ତ ଘଟଣାର ଏକ ଭିଡିଓକୁ ଭାରତୀୟ ସେନାର ଅଫିସିଆଲ ଟୁଇଟର ହ୍ୟାଣ୍ଡଲରେ ଶେଆର ମଧ୍ୟ କରାଯାଇଛି । ଯବାନଙ୍କ ଏହି ମହାନତାର ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିବା ପରେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.