ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଲେ ଅଢେଇବର୍ଷର ଶିଶୁ ଆରୋହୀ ଶତପଥି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆରୋହୀ ଶତପଥି । ବୟସ ମାତ୍ର ୨ବର୍ଷ ୬ମାସ । ହେଲେ ତ୍ରୀକ୍ଷ୍ମମସ୍ତିସ୍କ ଯୋଗୁଁ ରେକର୍ଡ କରି ସ୍ଥାନ ପାଇଛନ୍ତି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ୍ସରେ । ମାତ୍ର ଅଢେଇ ବର୍ଷର ଶିଶୁ ୧୦ଟି ରଙ୍ଗ, ଶରୀରର ୨୬ଟି ଅଙ୍ଗ, ଏ ରୁ ଜେଡ୍‌ ପର୍ଯ୍ୟନ୍ତ ୱାର୍ଡ, ୮ଟି ଜାତୀୟ ଚିହ୍ନ, ୧୯ଟି ଦେଶ, ୨୨ଟି ରାଜ୍ୟର ଓ ୮ଟି କେନ୍ଦ୍ରଶାସିତ ଅଞ୍ଚଳର ରାଜଧାନୀ, ୫ଟି ମହାସାଗର, ୧୦ଟି ଜୀବ, ୮ଟି ଫଳ, ଟ୍ରାଫିକ ଲାଇଟ, ଇନ୍ଦ୍ରଧନୁର ରଙ୍ଗକୁ ଅଲ୍ପ ସମୟରେ ଚିହ୍ନଟ କରିଛନ୍ତି । ସେହିପରି ୧ରୁ ୫୦ ନମ୍ବର, ୭ଟି ଇଂରାଜୀ ଓ ୩ଟି ହିନ୍ଦୀ ରାଇମ୍ସ, ୫ଟି ସାଧାରଣଜ୍ଞାନ ପ୍ରଶ୍ନର ଉତ୍ତର ଦେଇ ଗତ ଫେବୃୟାରୀରେ ଏହି ରେକର୍ଡ କରିଛନ୍ତି । ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ ପକ୍ଷରୁ ଅନଲାଇନରେ କରାଯାଇଥିବା ଏହି ପ୍ରତିଯୋଗୀତାରେ ସେ ଏହି ସବୁ କରି ନିଜର ରେକର୍ଡ ସୃଷ୍ଟି କରିଛନ୍ତି ଓ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଛନ୍ତି । ଅରୋହୀ ହେଉଛନ୍ତି ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରର ଆସିଷ୍ଟାଣ୍ଟ ପ୍ରଫେସର ଥିବା ସନ୍ତୋଷ ଶତପଥି ଓ ମାଆ କଣ୍ଟାବାଞ୍ଜିର ଶାସ୍ୱତୀ ବଡପଣ୍ଡାଙ୍କ ଝିଅ । ତାଙ୍କର ଏହି ସଫଳତାରେ ବଲାଙ୍ଗିର ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।

Leave A Reply

Your email address will not be published.