om academy

ଇଫକୋ ସାରକାରଖାନା ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

jsm

ପାରାଦୀପ, (ଶୁଭ୍ରାଶୁଂ ଶେଖର ପୃଷ୍ଟି) : ପାରାଦୀପଠାରେ ଥିବା ଇଫକୋ ସାରକାରଖାନା ପରିସରରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଇଫକୋ ପାରାଦୀପ ୟୁନିଟର ନିର୍ବାହୀ ନିର୍ଦ୍ଦେଶକ କେ.ଜେ.ପଟେଲ, ଆଞ୍ଚଳିକ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ସ୍ଥାନୀୟ ଅଧିକାରୀ ଇଂ. ଦିଲ୍ଲୀପ କୁମାର ଦାଶ ଅତିଥି ଭାବେ ଯୋଗ ଦେଇ ପରିବେଶ ସୁରକ୍ଷା କରିବା ଦିଗରେ ସମସ୍ତେ ଯତ୍ନବାନ ହେବାକୁ ନିବେଦନ କରିଥିଲେ । ଏହି ଅବସରରେ ଇଫକୋ ଜିପସମ ପଣ୍ଡ ନିକଟରେ ୫୪୦ଗୋଟି ଚାରା ରୋପଣ କରାଯାଇଥିଲା । ଚଳିତ ବର୍ଷ ଇଫକୋ ପକ୍ଷରୁ ୪୦ହଜାର ବୃକ୍ଷରୋପଣ କରାଯିବ ବୋଲି ଘୋଷଣା କରାଯାଇଛି । ଏହି କାର୍ୟ୍ୟକ୍ରମକୁ ମାନବ ସମ୍ବଳ ଉପପ୍ରବନ୍ଧକ ଜି.ସି.ଆଚାର୍ୟ୍ୟ ପରିଚାଳନା କରିଥିଲେ । କାର୍ୟ୍ୟକ୍ରମରେ ଇଫକୋର ବରିଷ୍ଠ ଅଧିକାରୀ, କର୍ମଚାରୀ ସଂଘର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ବୋଲି ପ୍ରଶାସନିକ ଅଧିକାରୀ ପ୍ରସନ୍ନ କୁମାର ବେଉରା ଜଣାଇଛନ୍ତି ।

Leave A Reply

Your email address will not be published.